୨୫ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା
ଚଳିତ ବର୍ଷ ଜାନୁଆରିରେ ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ଅଯୋଧ୍ୟାରେ ଚଳିତ ବର୍ଷର ପ୍ରଥମ ଦୀପାବଳି ଉତ୍ସବ ଅନୁଷ୍ଠିତ ହେଉଛି। ଆଜି ଦୀପୋତ୍ସବରେ ସରଯୁ ନଦୀ କୂଳରେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ଜାଳି ସରକାର ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ଗିନିଜ୍ ୱାର୍ଲ୍ଡ ରେକର୍ଡର ପରାମର୍ଶଦାତା ନିଶ୍ଚଲ ବାରୋଟଙ୍କ ନେତୃତ୍ୱରେ ୩୦ ଜଣିଆ ଟିମ୍ ୫୫ଟି ଘାଟରେ ଡ୍ରୋନ୍ ବ୍ୟବହାର କରି ଦୀପ ଗଣନା କରିଛନ୍ତି। ଅଧିକାରୀମାନେ ସ୍ଥାନୀୟ କାରିଗରଙ୍କଠାରୁ ୨୮ ଲକ୍ଷରୁ ଅଧିକ ଦୀପ ମଗାଇଥିବା ବେଳେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ଜାଳିବାକୁ ସମର୍ଥ ହୋଇଥିଲେ।