ଦିଲ୍ଲୀ ନିର୍ବାଚନ ଫଳାଫଳ : ଜିତିଲେ ଆତିଶୀ, ହାରିଗଲେ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କାଲଜାକୀ ସିଟରୁ ବିଜୟୀ ହୋଇଛନ୍ତି । ସେ ବିଜେପିର ରେମଶ ବିଦୁଡିଙ୍କୁ ହରାଇଛନ୍ତି । ରାଷ୍ଟ୍ରୀୟ ମହିଳା କଂଗ୍ରେସର ଅଧ୍ୟକ୍ଷ ଅଳକା ଲାମ୍ବା ମଧ୍ୟ ନିର୍ବାଚନ ହାରିଛନ୍ତି । ଟ୍ରେଣ୍ଡ ଅନୁସାରେ ୭୦ ଆସନରୁ ବିଜେପି ୪୭ ଆସନରେ ଆଗରେ ଥିବାବେଳେ, ଆପ୍ କେବଳ ୨୩ଟି ସିଟରେ ଆଗୁଆ ଅଛି ।

ସେହିପରି ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭା ନିର୍ବାଚନରେ ହାରିଯାଇଛନ୍ତି । ନୂଆଦିଲ୍ଲୀ ବିଧାନସଭା ସିଟରେ ପ୍ରବେଶ ବର୍ମା ଶର୍ମା କେଜ୍ରିୱାଲକୁ ହରାଇଛନ୍ତି । ପ୍ରବେଶ ଶର୍ମା ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ସାହିଦ ସିଂ ବର୍ମାଙ୍କ ପୁଅ । ବିଜେପି ପ୍ରାର୍ଥୀ ପରଭେଶ ବର୍ମା ତାଙ୍କୁ ୧ ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ ସହିତ ଆପର ଅନେକ ବଡ଼ ନେତା ନିର୍ବାଚନ ହାରିଛନ୍ତି । ମନୀଷ ସିସୋଦିଆ ମଧ୍ୟ ଜଙ୍ଗପୁରା ସିଟରୁ ହାରିଛନ୍ତି । ବିଜେପି ପ୍ରାର୍ଥୀ ତରବିନ୍ଦର ସିଂ ମାରଓ୍ବାଙ୍କ ଠାରୁ ହାରିଯାଇଛନ୍ତି ଦିଲ୍ଲୀର ଏହି ପୂର୍ବ ଉପ-ମୁଖ୍ୟମନ୍ତ୍ରୀ ।