୫ ରାଜ୍ୟ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ
୫ ରାଜ୍ୟ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ । ମଧ୍ୟପ୍ରଦେଶ ସହିତ ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ମିଜୋରାମ ରେ ନଭେମ୍ବର ୭ ତାରିଖ,ମଧ୍ୟପ୍ରଦେଶ ରେ ନଭେମ୍ବର ୧୭ ତାରିଖ,ରାଜସ୍ଥାନ ରେ ନଭେମ୍ବର ୨୩ ତାରିଖ,ତେଲେଙ୍ଗାନା ରେ ନଭେମ୍ବର ୩୦ ତାରିଖ,ଛତିଶଗଡ ରେ ଦୁଇଟି ପର୍ଯ୍ୟାୟ ନଭେମ୍ବର ୭ ତାରିଖ ଏବଂ ନଭେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବ । ସମସ୍ତ ରାଜ୍ୟର ଭୋଟ୍ ଫଳାଫଳ ଡିସେମ୍ବର ୩ ତାରିଖରେ ଜଣାପଡିବ । ମୁଖ୍ୟ ନିର୍ବାଚନ ଆୟୋଗକଙ୍କ ସୂଚନା ମୁତାବକ, ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ମୋଟ ୬୭୯ ବିଧାନସଭା ସିଟ୍ ରହିଛି । ଯେଉଁଠି ୧୬.୧୪ କୋଟି ଲୋକ ନିଜର ସରକାର ନିର୍ଦ୍ଧାରଣ କରିବେ । ଏହି ୫ଟି ରାଜ୍ୟରେ ମୋଟ ୮.୨ କୋଟି ପୁରୁଷ ଭୋଟର ଥିବାବେଳେ, ୭.୮ କୋଟି ମହିଳା ଭୋଟର ଅଛନ୍ତି ।