୨ ରାଜ୍ୟର ବିଧାନସଭା ‌ଭୋଟ୍‌ ଆଜି

ନୂଆଦିଲ୍ଲୀ: ୨ ରାଜ୍ୟର ବିଧାନସଭା ‌ଭୋଟ୍‌ ଆଜି ଅନୁଷ୍ଠିତ ହେବାକୁ ଯାଉଛି । ୫ଟି ରାଜ୍ୟ ପାଇଁ ଗତମାସରେ ଘୋଷଣା ହୋଇଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଆଜି ହେବ। ମିଜୋରାମର ସମସ୍ତ ୪୦ଟି ଯାକ ଆସନରେ ‌ମତଦାନ ହେବ। ଅନ୍ୟପକ୍ଷରେ ଛତିଶଗଡ଼ର ମୋଟ ୯୦ ଆସନ ମଧ୍ୟରୁ ୨୦ଟି ଆସନରେ ମତଦାନ  ହେବ। ମୋଟ ୭ଟି ଜିଲ୍ଲାରେ ଏହି ନିର୍ବାଚନ ମଣ୍ଡଳୀ ଗୁଡ଼ିକ ରହିଛି। ମାଓବାଦୀ ପ୍ରଭାବିତ ବସ୍ତର ଡିଭିଜନ ସ‌ମେତ ଅନ୍ୟ ୪ଟି ଜିଲ୍ଲା ଯଥା ରାଜନନ୍ଦଗାଓଁ, ମୋହଲା-ମାନପୁର-ଅମ୍ବାଗଡ଼ଚୌକି, କବିରଧାମ ଏବଂ ଖୈରାଗଡ଼-ଛୁଇଖାଦନ-ଗଣ୍ଡାଇରେ ନିର୍ବାଚନ ହେବ। ମୋହଲା-ମାନପୁର, ଅନ୍ତଗଡ଼, ଭାନୁପ୍ରତାପପୁର, କାଙ୍କେର, କେଶକାଲ, କୋଣ୍ଡାଗାଓଁ, ନାରାୟଣପୁର, ଦାନ୍ତେୱାଡ଼ା, ବିଜାପୁର ଏବଂ କୋଣ୍ଟା ରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲିବ। ଅବଶିଷ୍ଟ ୧୦ଟି ଆସନରେ ମତଦାନ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୨୨୩ ପ୍ରାର୍ଥୀ ଏଠାରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ଛତିଶଗଡ଼ରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲିଛି ।