ଦିଲ୍ଲୀରେ ନିଶ୍ବାସ ନେବା କଷ୍ଟ

ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିଚାଲିଛି । କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡ ମର୍ଣ୍ଣିଂ ଓ୍ବାକ୍ କରିବାକୁ ଭୟ ଲାଗୁଥିବା କହିଥିଲେ । ଏବେ  ଅଧିକାଂଶ ଦିଲ୍ଲୀ ବାସିନ୍ଦା ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା କହିଲେଣି। ପ୍ରଦୂଷଣ ପାଇଁ ପ୍ରଧାନ ବିଚାରପତି ତାଙ୍କ ପ୍ରାତଃଭ୍ରମଣ ବନ୍ଦ କରିଦେଇଛନ୍ତି। ଅତ୍ୟନ୍ତ ଖରାପ ବାୟୁ ମାନ ପାଇଁ ପ୍ରଧାନ ବିଚାରପତିଙ୍କୁ ତାଙ୍କ ଡାକ୍ତର ପ୍ରାତଃ ଭ୍ରମଣ ବନ୍ଦ କରିବାପାଇଁ ପରାମର୍ଶ ଦେଇଛନ୍ତି। ଇତିମଧ୍ୟରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ଘୋଷଣା କରିଛନ୍ତି ଯେ ଦିଲ୍ଲୀରେ ସମସ୍ତ ୧୩ଟି ହଟ୍‌ସ୍ପଟ୍‌ରେ ଡ୍ରୋନ୍‌ ନିରୀକ୍ଷଣ କରାଯିବ।

ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଥିବା ନେଇ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଏକ ଚିଠି ଲେଖି  ନଭେମ୍ବର ୧ରୁ ଫେବ୍ରୁଆରି ଶେଷ ପର୍ଯ୍ୟନ୍ତ ୪ ମାସ ପାଇଁ ସିଭିଲ୍‌ ଡିଫେନ୍ସ ଭଲ୍ୟୁଣ୍ଟିୟର ମୁତୟନ କରିବାକୁ  ପ୍ରସ୍ତାବ ଦେଇଛନ୍ତି।