ପୁଣି ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ

ଶ୍ରୀନଗର: ପୁଣି ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ବିରୋଧରେ ସେନାବାହିନୀ ପକ୍ଷରୁ ସର୍ଚ ଅପରେସନ ଜାରି ରହିଛି । ଏନକାଉଁଟରରେ ଅନେକ ଆତଙ୍କବାଦୀ ନିହତ ହେବା ପରେ ପୁଣି ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀମାନେ ମୁହାଁମୁହିଁ ହୋଇଥିବା କଥା ଖବର ମିଳିଛି । ପୁଲୱାମାର ମିତ୍ରୀଗାମ ଅଂଚଳରେ ଆଜି ସକାଳୁ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି । ପୋଲିସ ଏବଂ ସୁରକ୍ଷା ବଳ ଏହା ଉତ୍ତର ଦେଉଛନ୍ତି ।’ ଏହା ପୂର୍ବରୁ ୨୮ଜାନୁଆରୀରେ ପୁଲୱାମାରେ ଆତଙ୍କବାଦୀଙ୍କ ଦ୍ୱାରା କାଶ୍ମୀରର ଜଣେ ପଣ୍ଡିତଙ୍କୁ ଗୁଳି ମରି ହତ୍ୟା କରାଯାଇଥିଲା । ଏହାର କିଛିଦିନ ପରେ ସୁରକ୍ଷା ବଳ ଆବନ୍ତିପୋରା ଅଂଚଳରେ ମୁହାଁମୁହିଁ ହୋଇ ହତ୍ୟାରେ ସାମିଲ ଥିବା ଏକ ହତ୍ୟାକାରୀଙ୍କୁ ଏନକାଉଣ୍ଟର କରିଥିଲେ ।