ଅମରିନ୍ଦର ସିଂହ ବିଜେପିରେ ସାମିଲ ହେବେ
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ଅଧ୍ୟକ୍ଷ କ୍ୟାପଟେନ ଅମରିନ୍ଦର ସିଂହ ସେପ୍ଟେମ୍ବର ୧୯ରେ ବିଜେପିରେ ସାମିଲ ହୋଇପାରନ୍ତି । ନିଜ ପୁଅ ରଣ ଇନ୍ଦର ସିଂହ, ଝିଅ ଜୟ ଇନ୍ଦର କୌର ଏବଂ ନୀତି ନିର୍ବାଣ ସିଂହଙ୍କ ସହ ସେ ବିଜେପିରେ ସାମିଲ ହେବା ନେଇ ସୂଚନା ମିଳୁଛି । ତାଙ୍କ ଦଳ ଆଧୀକାରିକା ଭାବେ ବିଜେପିରେ ବିଲୟ ହେବାକୁ ଯାଉଛି । ଏହାକୁ ନେଇ ପଞ୍ଜାବ ରାଜନୀତିରେ ମଧ୍ୟ ବଡ ହଲଚଲ ସୃଷ୍ଟି ହୋଇଛି ।ବିଶ୍ୱସ୍ଥ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଅମରିନ୍ଦର ସିଂହ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସଭାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେବେ । ତାଙ୍କ ସହ କଂଗ୍ରେସର ୬ରୁ ୭ ଜଣ ପୂର୍ବତନ ବିଧାୟକ ମଧ୍ୟ ଦଳରେ ସାମିଲ ହେବା ସମ୍ଭାବନା ରହିଛି ।
ନିର୍ବାଚନର କିଛି ଦିନ ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂହ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।