ଗୁଲାମ ନବୀଙ୍କର ନୂଆ ରାଜନୈତିକ ଯାତ୍ରା ଆରମ୍ଭ

କଂଗ୍ରେସର ହାତ ଛାଡିଥିବା ଗୁଲାମ ନବୀ ଏବେ ଏକଲା ଚଲୋରେ ବିଶ୍ବାସ କରିଛନ୍ତି । କଂଗ୍ରେସ ସହିତ ସମ୍ପର୍କ ଛିନ୍ନ କରିଥିବା ପୂର୍ବତନ ସାଂସଦ ଗୁଲାମ୍‌ ନବୀ ଆଜାଦ୍‌ ଏବେ ନୂଆ ଦଳ ଗଠନ କରିଛନ୍ତି । ତାଙ୍କ ସମର୍ଥନରେ ହଜାର ହଜାର କଂଗ୍ରେସ ସମର୍ଥକ ଆଜି ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ଜମ୍ମୁ ଓ କଶ୍ମୀରରେ ନିଜସ୍ବ ଦଳର ପ୍ରଥମ ୟୁନିଟ୍‌ ଆରମ୍ଭ କରି ତାଙ୍କ ନୂତନ ରାଜନୈତିକ ଜୀବନର ଅୟମାରମ୍ଭ କରିବେ ବୋଲି ସେ ଘୋଷଣା କରିଛନ୍ତି ।

ଜମ୍ମୁକାଶ୍ମୀର ସମର୍ଥକମାନେ ୭୩ ବର୍ଷିୟ ଆଜାଦ୍‌ଙ୍କୁ ଭବ୍ୟ ସ୍ବାଗତ ଜଣାଇବା ବେଳେ ଆଜାଦ ଭାବୁକ ହୋଇଯାଇଛନ୍ତି । ସେଠାରୁ ସେ ସୈନିକ ଫାର୍ମ ଯାଇ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଛନ୍ତି। କଂଗ୍ରେସ ସହିତ ଥିବା ୫ ଦଶନ୍ଧିର ସମ୍ପର୍କକୁ ଅଗଷ୍ଟ ୨୬ ତାରିଖ ଦିନ ଶେଷ କରି ଆଜାଦ୍‌ କଂଗ୍ରେସକୁ ‘ସବୁ ଦୃଷ୍ଟିରୁ ନଷ୍ଟ’ ହୋଇଯାଇଥିବା ଦଳ କହିବା ସହ ଦଳର ପରାମର୍ଶଦାତା ବ୍ୟବସ୍ଥାକୁ ଧ୍ବଂସ କରିଥିବା ରାହୁଲ୍‌ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ।