ପେନସନ ଯୋଜନାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ପେନସନ ଯୋଜନାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୨୦୧୪ର ଏହି ଯୋଜନାକୁ ସର୍ବୋଚ୍ଚ ଅଦାଲତ ଆଇନସମ୍ମତ ଏବଂ ବୈଧ ବୋଲି କହିଛନ୍ତି । ଏହା ସହ ବୃହତ ସଂଖ୍ୟକ କର୍ମଚାରୀଙ୍କୁ ଆଶ୍ୱସ୍ତ ଦେଇ ନ୍ୟାୟାଳୟ କହିଛନ୍ତି ଯେ, ଯେଉଁମାନେ ଏହି ଯୋଜନାରେ ଅଦ୍ୟାବଧି ସାମିଲ ହେବାର ବିକଳ୍ପ ନେଇ ନାହାନ୍ତି ସେମାନଙ୍କୁ ଏଥିରେ ଯୋଗ ଦେବା ଲାଗି ଅଧିକ ୬ମାସ ସମୟ ଦିଆଯିବ । ପେନସନ ନେଇ ସହଜ ପନ୍ଥା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଯାହା ଦ୍ବାରା ଅଧିକରୁ ଅଧିକ ଲୋକ ଏଥିରେ ସାମିଲ ହୋଇ ଏହାର ଲାଭ ନେଇପାରିବେ ।

ସେହିଭଳି ପେନସନ ସ୍କିମରେ ସାମିଲ ହେବା ନେଇ ମାସିକ ବେତନ ସୀମା ୧୫ହଜାର ଟଙ୍କା ସମ୍ପର୍କିତ ନିୟମକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରଧାନ ବିଚାରପତି ୟୁୟୁ ଲଳିତ, ବିଚାରପତି ଅନିରୁଦ୍ଦ ବୋଷ ଓ ବିଚାରପତି ସୁଧାଂଶୁ ଧୁଳିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଛନ୍ତି ।