ମୋବାଇଲକୁ ଆସୁଛି ହାଇଆଲର୍ଟ ମେସେଜ୍, ଡରନ୍ତୁନି

ଭାରତରେ ଓପୋ ଲଞ୍ଚ କରିବ ପ୍ରଥମ ସେନ୍ସର କ୍ୟାମେରା ଫୋନ୍‌

ଭୁବନେଶ୍ବର: ଆପଣଙ୍କ ଫୋନକୁ ଆସୁଛି ଭିନ୍ନ ଏକ ଶବ୍ଦ ଓ କମ୍ପନ ସହ ଆଲର୍ଟ ମେସେଜ  । ଆଜି ଏଭଳି ମେସେଜ ମୋବାଇଲକୁ ଆସୁଥିବାର ଦେଖାଯାଇଛି । ହଠାତ ମୋବାଇଲରେ ଏମିତି ଆଲର୍ଟ ମେସେସ ବିପ ସାଉଣ୍ଡ ସହ ଭାଇଭ୍ରେଟ  ଦେଖି ଲୋକେ ଭୟଭୀତ ହେଇଯାଉଛନ୍ତି । କିନ୍ତୁ ଏଠାରେ ଆପଣ ଭୟଭୀତ ହୁଅନ୍ତୁ ନାହିଁ । ଏହାକୁ ଏକ ପରୀକ୍ଷାମୂଳକ ଭାବେ ଲୋକଙ୍କ ପାଖକୁ ସରକାରଙ୍କ ଦ୍ବାରା ପଠାଯାଉଛି ।ଲୋକଙ୍କୁ ଆଲର୍ଟ କରିବା ଲାଗି ଏହି ମେସେଜ ଉଦ୍ଦିଷ୍ଟ ରହିଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସହଯୋଗରେ ଭାରତ ସରକାରଙ୍କ ଟେଲିକମ ବିଭାଗ ପକ୍ଷରୁ ଏହି ବାର୍ତ୍ତା ପଠାଯାଇିଥିବା ସୂଚନା ମିଳିଛି । ଯଦି କିଛି ବିପଦ ଆସେ ତେବେ ସରକାର ଏପରି ଆଗାମୀ ଦିନରେ ମେସେଜ ପଠାଇବେ । ଟ୍ରାଏଲ ଭିତ୍ତିରେ ମୋବାଇଲକୁ ଆସୁଛି ଏପରି ମେସେଜ । ସମ୍ଭାବ୍ୟ ବିପତ୍ତି ବେଳେ ଲୋକଙ୍କୁ ଆଲର୍ଟ କରିବା ଲାଗି ଏହି ମେସେଜ ପଠାଯାଇଛି ।