ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ହେଭିୱେଟ୍ ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜି ସକାଳ ୧୧ଟାରେ ତାଙ୍କ ପୈତୃକ ଗ୍ରାମ ବାରାମତିରେ ଅନ୍ତିମ ସଂସ୍କାର କରାଯିବ। ଏହି ଦୁଃଖଦ ଘଟଣା ସାରା ଦେଶରେ ଶୋକର ଲହରୀ ଖେଳାଇ ଦେଇଛି। ଗତକାଲି ସକାଳ ୮:୪୫ ସମୟରେ ବାରାମତି ବିମାନବନ୍ଦରରେ ଅଜିତ ପାୱାରଙ୍କ ଚାର୍ଟର ବିମାନଟି ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅବତରଣ ସମୟରେ ବିମାନଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିମାନରେ ଥିବା ସମସ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। କୁହାଯାଉଛି ଯେ, ଏକ ନିର୍ବାଚନୀ ରାଲିରେ ଯୋଗ ଦେବା ପାଇଁ ସେ ବାରାମତି ଯାତ୍ରା କରୁଥିଲେ। ପାୱାରଙ୍କ ଶେଷ ଦର୍ଶନ ପାଇଁ ବାରାମତିରେ ପ୍ରବଳ ଜନସମାଗମ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାରାମତି ଗସ୍ତ କରି ଅନ୍ତିମ ସଂସ୍କାରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବାରାମତି ଆସି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପୂର୍ବରୁ ହିଁ ବାରାମତିରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣା ପଛରେ କୌଣସି ଷଡ଼ଯନ୍ତ୍ର କିମ୍ବା ବୈଷୟିକ ତ୍ରୁଟି ରହିଛି କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏନସିପି (ଅଜିତ ଗୋଷ୍ଠୀ)ର ମୁଖପାତ୍ର ବ୍ରଜ ମୋହନ ଶ୍ରୀବାସ୍ତବ ଏହି ଦୁର୍ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। କଂଗ୍ରେସ ନେତା ନୀତିନ ରାଉତ ମଧ୍ୟ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରି କହିଛନ୍ତି ଯେ, ଏଭଳି ଦୁର୍ଘଟଣାକୁ ଗୁରୁତ୍ୱର ସହ ନିଆଯିବା ଉଚିତ।
Trending
- ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍, ଏହା ବେଆଇନ – ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
- ବର୍ତ୍ତମାନନ ସ୍ଥିତିରେ ମେଟ୍ରୋ କରିକି ନିଜର ନିର୍ବାଚନ ଚାଲ ଖେଳିବାର କିଛି ଆବଶ୍ୟକ ନାହିଁ-ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
- ନାମ ଫଳକ ଓଡ଼ିଆ ଭାଷାରେ ନିର୍ଭୁଲ ଏବଂ ସ୍ପଷ୍ଟ ଭାବେ ଲେଖିବା ଏଣିକି ବାଧ୍ୟତାମୂଳକ,ନଚେତ ଦବାକୁ ପଡ଼ିବ ୫ ହଜାର ଟଙ୍କାରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା
- ଇରାନ ଭାରତକୁ ଖାଲି ବନ୍ଧୁ ବୋଲି କହୁନି, ବନ୍ଧୁତ୍ୱ ନିଭାଉଛି ମଧ୍ୟ,ଷ୍ଟ୍ରେଟ୍ ଅଫ ହରମୁଜ ଦେଇ ଭାରତୀୟ ପତାକା ଥିବା ଏଲ୍ପିଜି ଓ ପେଟ୍ରୋଲ, ଡିଜେଲ୍ ବୋଝେଇ ଜାହାଜ ସହଜରେ ପାସ୍ ହୋଇଯାଉଛି
- ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ସବୁଜ ସଙ୍କେତ ମିଳିଛି,ଜଙ୍ଗଲ ଜମି ବ୍ୟବହାର ନେଇ ମିଳିଛି ମଞ୍ଜୁରୀ
- ଶିଶୁ ବାଟିକାରେ ମିଶିବ ସମସ୍ତ ଅଙ୍ଗନବାଡି,ଖଡ଼ିଛୁଆଁ ଉତ୍ସବରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଓଡ଼ିଶାରେ ସବୁ ସହରକୁ ପାଇପ ଗ୍ୟାସ ଲାଇନ୍ ସଂଯୋଗ କରାଯିବ-ନଗର ଉନ୍ନୟନ୍ନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
- ରାଜ୍ୟରେ ଆଉ ୧, ୮୮୯ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ
- ପଦରୁ ହଟିବାର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ରାଘବ ଚଢା
- PUCC ଅବଧି ସରିଲା, ଅମାନିଆ ତାଗିଦ କଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ