ଅଜିତ ପାୱାର୍‌ ଓ ଆଉ ୮ଜଣ ବିଦ୍ରୋହୀ ବିଧାୟକଙ୍କ ନାଁରେ ଅଯୋଗ୍ୟତା ଆବେଦନ

ମୁମ୍ବାଇ: ଅଜିତ ପାୱାର୍‌ ଓ ଆଉ ୮ ଜଣ ବିଧାୟକ ଶପଥ ନେଇ ଏକନାଥ ସିନ୍ଦେଙ୍କ ସରକାରରେ ଯୋଗ ଦେବାରୁ ‘ଏନ୍‌ସିପି’ ସେମାନଙ୍କ ନାଁରେ ବିଧାନସଭା ବାଚସ୍ପତି ରାହୁଲ୍‌ ନାର୍‌ୱେକର୍‌ଙ୍କ ନିକଟରେ ଅଯୋଗ୍ୟତା ଆବେଦନ ଦାଖଲ କରିଛି। ଏହାଛଡ଼ା, ସମସ୍ତ ଜିଲ୍ଲାର ଦଳୀୟ କର୍ମୀମାନେ ‘ଏନ୍‌ସିପି’ ମୁଖ୍ୟ ଶରଦ ପାୱାର୍‌ଙ୍କୁ ଦୃଢ଼ ସମର୍ଥନ କରୁଛନ୍ତି ବୋଲି ମଧ୍ୟ ଦଳ ନିର୍ବାଚନ କମିସନ୍‌କୁ ଭେଟି ଜଣାଇ ଦେଇଛି। ରବିବାର ଦିନ ମହାରାଷ୍ଟ୍ର ‘ଏନ୍‌ସିପି’ ସଭାପତି ଜୟନ୍ତ ପାଟିଲ୍‌ କହିଛନ୍ତି, ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଅଜିତ ପାୱାର୍‌ ଓ ଆଉ ୮ଜଣ ବିଧାୟକଙ୍କ ନାଁରେ ଦଳ ଅଯୋଗ୍ୟତା ଆବେଦନ ଦାଖଲ କରିଛି। ଏନସିପିର 53 ବିଧାୟକ ଅଛନ୍ତି । ସେଥିରୁ ଦୁଇ ତୃତୀୟାଂଶ ବିଧାୟକ ଗଲେ ଦଳବଦଳ ଆଇନ ଲାଗୁ ହେବନାହିଁ ।