ଋଷ ଗସ୍ତରେ ଅଜିତ୍ ଡୋଭାଲ

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ୨ ଦିନିଆ ଋଷ ଗସ୍ତ କରିଛନ୍ତି  । ଋଷ -ୟୁକ୍ରେନ ଯୁଦ୍ଧ ମଧ୍ୟରେ ଡୋଭାଲଙ୍କ ଗସ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ରାଜନୈତିକ ଦୃଷ୍ଟିକୋଣକୁ ନେଇ ଦୁଇଦେଶ ମଧ୍ୟରେ  ରୁଷ ସୁରକ୍ଷା ପରାମର୍ଶଦାତା ନିକୋଲାଇ ପେତ୍ରୁସେଭଙ୍କ ସହ ସାକ୍ଷାତ କରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

ବିଶେଷ କରି ଯୁଦ୍ଧକୁ ନେଇ ଡୋଭାଲ ନିଜ ବିପକ୍ଷ ପେତ୍ରୁସେଭଙ୍କୁ ଭେଟି ଆଲୋଚନା କରିଛନ୍ତି । ଋଷ ଦୂତାବାସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦୁଇ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତରେ ସୁରକ୍ଷା କ୍ଷେତ୍ରରେ ସହଯୋଗ ସହ ସାମୁହିକ ସମସ୍ୟା ଉପରେ ଚର୍ଚ୍ଚା ହୋଇଛି