ଆଜିଠୁ ଭାରତୀୟ ବାୟୁସେନାର ଦୁଇ ଦିନିଆ ଯୁଦ୍ଧାଭ୍ୟାସ
ଆଜି ଚୀନ ସୀମାରେ ଭାରତୀୟ ବାୟୁସେନାର ଦୁଇ ଦିନିଆ ଯୁଦ୍ଧାଭ୍ୟାସ ଆରମ୍ଭ ହେଉଛି । ତିବ୍ଦତ ନିକଟ ଏଲଏସି ନିକଟରେ ଭାରତୀୟ ବାୟୁସେନା ଆଜିଠୁ ଦୁଇ ଦିନିଆ ଯୁଦ୍ଧାଭ୍ୟାସ ଆରମ୍ଭ କରିବାକୁ ଯାଉଛି । ସୀମାରେ ଦାଦାଗିରି ଦେଖାଉଥିବା ଡ୍ରାଗନ ସେନାକୁ ତାରି ଭାଷାରେ ଜବାବ ଦେବାକୁ ଯୋଜନା କରିଛି ଭାରତୀୟ ବାୟୁସେନା । ଏୟାରଫୋର୍ସର ଲଢୁଆ ବିମାନ, ହେଲିକପ୍ଟର ଓ ପରିବହନ ବିମାନ ସାମିଲ ହେବେ ।
ଏହି ଯୁଦ୍ଧାଭ୍ୟାସର ମୂଳ ଉଦ୍ଦେଶ୍ୟ, ଜରୁରୀ ପରିସ୍ଥିତିରେ ବାୟୁସେନା କେତେ ଶୀଘ୍ର ଶତ୍ରୁପକ୍ଷର ଆକ୍ରମଣକୁ ପ୍ରତିହତ କରି ପାଲଟା ଆକ୍ରମଣ କରିପାରିବ । ଏଥିରେ ପୂର୍ବୋତର ଅଂଚଳର ସମସ୍ତ ଫ୍ରଂଟଲାଇନ ଏୟାରବେସ ଓ ପ୍ରମୁଖ ଆଡଭାନସ ଲାଣ୍ଡିଙ୍ଗ ଗ୍ରାଉଣ୍ଡ ବ୍ୟବହାର କରିବ ବାୟୁ ସେନା ।