ଭାରତ ଆସୁଛି କୁଏତ ଅଗ୍ନିକାଣ୍ଡର ୪୫ ଜଣ ମୃତକଙ୍କ ଶରୀର । ଗତକାଲି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ମୃତକଙ୍କ ଶରୀରକୁ ଭାରତ ଅଣାଯାଉଛି । ଆଜି ଏହି ବିମାନ ଆସି କେରଳରେ ପହଂଚିବ । ଏଥିପାଇଁ କେରଳ ବିମାନବନ୍ଦରରେ ଅନେକ ଗୁଡିଏ ଆମ୍ବୁଲାନ୍ସ ଅପେକ୍ଷାରେ ରହିଥିବା ଦେଖିବାକୁ ମିଳିଛି । କୁଏତ ମାଙ୍ଗଫରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ୪୫ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି । ସମସ୍ତେ ଶ୍ରମିକ ଭାବେ ସେଠାରେ କାମ କରୁଥିଲେ । ମୃତକଙ୍କ ମଧ୍ୟରେ ୨ ଜଣ ଓଡିଶାର ଥିବା ଜଣାପଡିଛି ।
ଗୁରୁବାର ଦିନ କୁଏତର କର୍ତ୍ତୃପକ୍ଷ ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଜଣ ଭାରତୀୟ ଏବଂ ତିନି ଜଣ ଫିଲିପାଇନ୍ସ ନାଗରିକଙ୍କ ମୃତଦେହ ଚିହ୍ନଟ କରିଛନ୍ତି। କୁଏତ ତୁରନ୍ତ ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛି ଏବଂ ପୀଡିତଙ୍କ ମୃତଦେହକୁ ଫେରାଇ ଆଣିବାରେ ପୂର୍ଣ୍ଣ ସମର୍ଥନ ଦେଇଛି।