ଆର୍‌ଜେଡି ନେତାଙ୍କ ଘରେ ସିବିଆଇ ଚଢ଼ାଉ

‘ଜମି ବଦଳରେ ରେଳବାଇରେ ଚାକିରି’ ଦୁର୍ନୀତି ଘଟଣାରେ ‘ସିବିଆଇ’ ‘ଆର୍‌ଜେଡି’ ନେତା ଅଶ୍‌ଫକ୍‌ କରିମ୍‌ ଏବଂ ସୁନୀଲ ସିଂହଙ୍କ ଘରେ ଚଢ଼ାଉ କରିଛି। ଏହାକୁ ନେଇ ବିହାରରେ ରାଜନୀତି ସରଗରମ ହୋଇଛି । ‘ଆର୍‌ଜେଡି’ ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଶାସନ ଅମଳରେ ଉପ‌ରୋକ୍ତ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଦୁଇ ନେତାଙ୍କ ଘର ସମତେ ଏକାଧିକ ସ୍ଥାନରେ ‘ସିବିଆଇ’ ଉକ୍ତ ମାମଲାରେ ଚଢ଼ାଉ ଆରମ୍ଭ କରିଛି। ଏପରିକି କିଛି ମଲରେ ସିବିଆଇ ଟିମ ରେଡ କରିଥିବା ଜାତୀୟ ମାଧ୍ୟମରେ ଚର୍ଚା ହେଉଛି ।

ଆଜି ସକାଳେ ପାଟନାସ୍ଥିତ ବାସଭବନ ଚଢ଼ାଉ ହେବା ପରେ ପ୍ରତିକ୍ରିୟା ବ୍ୟକ୍ତ କରି ସୁନୀଲ ସିଂହ କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ଚଢ଼ାଉ କରାଯାଉଛି। ଏହାର କୌଣସି ଅର୍ଥ ନାହିଁ। ସେମାନଙ୍କର ଧାରଣା ଚଢ଼ାଉ କଲେ ଭୟଭୀତ ହୋଇ ବିଧାୟକମାନେ ତାଙ୍କୁ ସମର୍ଥନ କରିବେ।