ଆଇପିଏଲ୍ର ଆଗାମୀ ଋତୁରେ ତାରକା ଭାରତୀୟ ଖେଳାଳି ବିରାଟ କୋହଲି ପୁଣି ଥରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଦଳର ଅଧିନାୟକ ପଦକୁ ଫେରିବେ। ଏଭଳି ସଙ୍କେତ ଏହି ଦଳ ପକ୍ଷରୁ ଦିଆଯାଇଛି। ଅଧିନାୟକ ପଦ ପାଇଁ ଆର୍ସିବି ଯୁବ ଭାରତୀୟ ତାରକା ଶୁବମନ୍ ଗିଲଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲା। ତେବେ ଗିଲ୍ ଗୁଜରାଟ ଟାଇଟନ୍ସ ଦଳରେ ରହିବାକୁ ନିଷ୍ପତ୍ତି ନେଇଥିବାରୁ ଏହି ଉଦ୍ୟମ ସଫଳ ହୋଇ ପାରି ନଥିଲା। ଏଣୁ ପୁରୁଣା ଅଧିନାୟକ କୋହଲିଙ୍କୁ ପୁଣି ଥରେ ତାଙ୍କ ପଦକୁ ଫେରାଇ ଆଣିବାକୁ ଆର୍ସିବି ଅଧିକାରୀମାନେ ନୀତିଗତ ନିଷ୍ପତ୍ତି ନେଇ ସାରିଥିବା ଜଣାପଡ଼ିଛି।