ବିଜେପି ଉପର ବର୍ଷିଲେ ଅଭିଷେକ ବାନାର୍ଜୀ
ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀ ବିଜେପି ଉପରେ ବର୍ଷିଛନ୍ତି । ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ୭ଘଣ୍ଟା ଜେରା କରିବା ପରେ ଅଭିଷେକ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚାହୁଁଛନ୍ତି ବିରୋଧୀମାନେ ତାଙ୍କୁ ଭୟ କରନ୍ତୁ। ତେବେ ସେ କାହାକୁ ଡରୁନଥିବା କହିଛନ୍ତି । ଇଡି, ସିବିଆଇ କୁ ସେ କଦାପି ଡରନ୍ତି ନାହିଁ ବୋଲି କହିଛନ୍ତି । ପଶ୍ଚିମବଂଗରେ ବିଜେପିର କୈାଣସି ଚାଲ କାମ କରିବ ନାହିଁ ବୋଲି ସେ ସଫା ସଫା କହିଛନ୍ତି ।
କୋଇଲା ଚୋରା ଚାଲାଣ ମାମଲାରେ ଇଡି ଅଭିଷେକଙ୍କୁ ଲଗାତାର ଜେରା କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ଜେରା ନିମନ୍ତେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଇଡିର ଜେରାକୁ ନେଇ ଅଭିଷେକ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଅଣବିଜେପି ଶାସିତ ରାଜ୍ୟ ସରକାରଗୁଡିକ ଭାଙ୍ଗିବାକୁ ଉଦ୍ୟମ ଚଳାଇଛନ୍ତି। ଯେଉଁମାନେ ଡରିଗଲେ ସେମାନଙ୍କ ସରକାର ଭାଙ୍ଗିବାରେ ବିଜେପି ପରୋକ୍ଷରେ କାର୍ଯ୍ୟ କରୁଛି ।