National ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ: ସୁପ୍ରିମକୋର୍ଟ On May 11, 2023 ନୂଆଦିଲ୍ଲୀ: ଦିଲ୍ଲୀରେ କେଜରିଓ୍ବାଲ ସରକାର ପାଇଁ ବଡ଼ ବିଜୟ । ରାଜଧାନୀର ପ୍ରଶାସନିକ ସେବା ପାଇଁ ଲଢ଼େଇ ଭିତରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ଏଲଜିଙ୍କ କ୍ଷେତ୍ରରେ ଆଉ ପ୍ରଶାସନିକ ଅଧିକାର ରହିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ବିବାଦ ସମ୍ବନ୍ଧୀୟ ମାମଲାରେ ସୁପ୍ରିମ୍ କୋର୍ଟ ଶୁଣାଣି ପରେ ଏହି ରାୟ ଦେଇଛନ୍ତି। ସୁପ୍ରିମ୍ କୋର୍ଟ କହିଛନ୍ତି, ଗଣତାନ୍ତ୍ରିକ ସରକାରରେ, ପ୍ରଶାସନର ବାସ୍ତବ କ୍ଷମତା ନିର୍ବାଚିତ ସରକାରଙ୍କ ହାତରେ ରହିବା ଉଚିତ । ତେଣୁ ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ । ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ମାନିବାକୁ ବାଧ୍ୟ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । Share