ହରିୟାଣାରେ କିଙ୍ଗ ମେକର ହେବ ଆପ କହିଥିଲେ କେଜରିଓ୍ବାଲ: କେତେ ପାଇଲେ ଭୋଟ୍?
ହରିୟାଣା ବିଧାନସଭା ନିର୍ବାଚନରେ ମାଟିର ପୁଅ ମାଟି କାମୁଡ଼ିଲେ । ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଚଳାଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ହରିୟାଣାରେ ଅମାନତ ହରାଇଛି । ଏକ ବଡ଼ ଟକ୍କର ଦେଇ ୯୦ଟି ଆସନ ମଧ୍ୟରୁ ୮୮ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା କେଜରିଓ୍ବାଲଙ୍କ ଦଳ । ଆପ୍ ଦଳ କିଙ୍ଗ ମେକର ହେବ ବୋଲି କହିଥିଲା । କେଜରିଓ୍ବାଲଙ୍କ ଘର ହରିୟାଣା ହୋଇଥିବାରୁ ଦଳ କିଛି ଫଳ ଆଶା ରଖିଥିଲା । କିନ୍ତୁ ଫଳାଫଳ ଭଲ ନାହିଁ । ରାଜ୍ୟରେ ୯୦ ଆସନ ମଧ୍ୟରେ ବିଜେପି ଆଗୁଆ ରହିଛି । କଂଗ୍ରେସକୁ ବଡ ଝଟକା ଲାଗିଛି । ଯଦିଓ , ବର୍ତ୍ତମାନ ସୁଦ୍ଧା ଫଳାଫଳକୁ ଦେଖିଲେ, ହରିୟାଣାର ଲୋକମାନେ କେଜରିଓ୍ବାଲଙ୍କ ଦଳକୁ ପସନ୍ଦ କରୁନଥିବା ଜଣା ପଡିଛି ।
୯୦ ଟି ଆସନ ନିର୍ବାଚନ ଫଳାଫଳ ଟ୍ରେଣ୍ଡରେ ଆମ୍ ଆଦମୀ ପାର୍ଟି କୌଣସି ଆସନରେ ଆଗରେ ନାହିଁ। ସମସ୍ତ ୮୮ ଟି ଆସନରେ ବହୁତ ପଛରେ ଅଛନ୍ତି ।