ନୂଆଦିଲ୍ଲୀ: ବୀର ସବରକରଙ୍କୁ ରାହୁଲ ଗାନ୍ଧୀ ସମାଲୋଚନା କରିବା ନୂଆ ନୁହେଁ । ତେବେ ଏହାକୁ ନେଇ ଏବେ କୋର୍ଟରୁ ସମନ ଆସିଛି । ସବରକରଙ୍କ ପୁତୁରାଙ୍କ ଅଭିଯୋଗ ପରେ ଏହି ସମନ ଆସିଛି । ଗତ ବର୍ଷ ରାହୁଲ ବ୍ରିଟେନ ଯାଇଥିବା ବେଳେ ସାବରକରଙ୍କ ସମ୍ପର୍କରେ ଅପମାନସୂଚକ ଟିପ୍ପଣୀ କରିଥିଲେ । ଏହା ବିରୋଧରେ ସାବରକରଙ୍କ ସମ୍ପର୍କୀୟ ପୁତୁରା ପୁଣେର ଗୋଟିଏ କୋର୍ଟରେ ମାନହାନୀ ମାମଲା କରିଥିଲେ । ଏହାର ଶୁଣାଣୀ କରି କୋର୍ଟ ଆଜି ରାହୁଲ ଗାନ୍ଧୀଙ୍କୁ ସମନ କରିଛନ୍ତି । ତାଙ୍କୁ ଅକ୍ଟୋବର ୨୩ରେ କୋର୍ଟରେ ହାଜର ହେବାକୁ ସମନରେ କୁହାଯାଇଛି ।
କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପୁଣେର ଏକ ସ୍ବତନ୍ତ୍ର ଅଦାଲତ ସମନ ପଠାଇଛନ୍ତି। କୋର୍ଟରୁ ସମନ ପାଇବା ପରେ ପୁଣି ଥରେ ଅଡୁଆରେ ଛନ୍ଦି ହୋଇପଡ଼ିଛନ୍ତି କଂଗ୍ରେସ ସାଂସଦ ରାହୁଲ। ସାବରକରଙ୍କ ସମ୍ପର୍କରେ ରାହୁଲ ଗାନ୍ଧୀ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ଆଣି ସାତ୍ୟକି ସାବରକର ଏକ ମାନହାନୀ ମାମଲା ରୁଜୁ କରିଥିଲେ। ସେହି ମାମଲା ଆଧାରରେ ରାହୁଲଙ୍କୁ ସମନ ପଠାଯାଇଛି। ତେବେ ରାହୁଲ କୋର୍ଟରେ ତାଙ୍କ ପକ୍ଷ କଣ ରଖୁଛନ୍ତି ତାହାକୁ ଅପେକ୍ଷା