ବୋରୱେଲରେ ଫସିଥିବା ବାଳକ ଉଦ୍ଧାର

ଜୟପୁର: ୨୦୦ ଫୁଟ ଗଭୀର ବୋରଓ୍ବେଲରେ ଖସିପଡିଥିବା ୯ ବର୍ଷ ବୟସ୍କ ବାଳକକୁ  ପ୍ରାୟ ୭ ଘଣ୍ଟା ପରେ  ଉଦ୍ଧାର କରାଯାଇଛି । ରାଜସ୍ଥାନ ଜୟପୁର ଅନ୍ତର୍ଗତ ଭୋଜପୁରାରେ ଏକ ୨୦୦ ଫୁଟ ବୋରଓ୍ବେଲରେ ଖସିପଡିଥିଲା ୯ ବର୍ଷ ବୟସ୍କ ଲକି । ଏନଡିଆରଏଫ ଓ ଏସଡିଆରଏଫ ସହାୟତାରେ କରାଯାଇଛି ଉଦ୍ଧାର ।  ଖେଳୁଥିବାବେଳେ ଅସାବଧାନତା ଅବସ୍ଥାରେ ସେ ଖୋଲା ନଳକୂପରେ ଖସିପଡିଥିଲା ।  ଲକି ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ  ମାମୁ ଘରକୁ ବୁଲି ଆସିଥିବାବେଳେ ଲକି ବୋରଓ୍ବେଲରେ ଖସିପଡିଥିଲା । ପ୍ରାୟ ୭୦ ଫୁଟ ଗଭୀରରେ ସେ ଲାଖିଯାଇଥିଲା । ଲକିକୁ ଅମ୍ଳଜାନ ଓ ପାନୀୟ ଦିଆଯାଇଥିଲା ।