ସୀମା ସୁରକ୍ଷା ବଳରେ ୩୦ଟି ସମେତ ୭୮୮ ମାନବ ଚାଲାଣ ବିରୋଧୀ ୟୁନିଟ୍ (ଏଏଚ୍‌ଟିୟୁ) କାର୍ଯ୍ୟରତ

ମାନବ ଚାଲାଣର ଶୀକାର ହେଉଥିବା ପୀଡିତା , ବିଶେଷ କରି ନାବାଳିକା ଓ ଯୁବତୀ ମାନଙ୍କ ପାଇଁ ସୁରକ୍ଷା ଏବଂ ଥଇଥାନ ଗୃହ ସ୍ଥାପନ ପାଇଁ ସୀମାନ୍ତ ଅଞ୍ଚଳ ଗୁଡିକରେ ଥିବା ରାଜ୍ୟ , କେନ୍ଦ୍ରଶାସିତ ଅଂଚଳ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ମିଶନ୍ ବାତ୍ସଲ୍ୟ ଯୋଜନାର ନିର୍ଦ୍ଦେଶାବଳୀ ଅନୁଯାୟୀ ଉପଯୁକ୍ତ ସୁବିଧା ଘୋଷଣା କରିବାକୁ ପୀଡିତା ଝିଅ ମାନଙ୍କୁ ସିଡବ୍ଲ୍ୟୁସିଙ୍କ ନିକଟରେ ଉପସ୍ଥାପନ କରାଯିବ ଏବଂ ସେହି ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟ ଗୁଡିକ ସମ୍ପନ୍ନ କରିବାକୁ ରାଜ୍ୟ , କେନ୍ଦ୍ରଶାସିତ ଅଂଚଳ ମାନଙ୍କୁ ଅନୁରୋଧ କରାଯିବ ।

ଦେଶର ପ୍ରତ୍ୟେକ ଜିଲ୍ଲାରେ ମାନବ ଚାଲାଣ ବିରୋଧୀ ୟୁନିଟ୍ (ଏଏଚ୍‌ଟିୟୁ) ଗୁଡିକ  ମଜଭୁତ କରିବା ପାଇଁ ସରକାର ନିର୍ଭୟା ପାଣ୍ଠି ଅଧୀନରେ ଥିବା ସମସ୍ତ ରାଜ୍ୟ , କେନ୍ଦ୍ରଶାସିତ ଅଂଚଳ ମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଏଥିସହ ବିଏସ୍‌ଏଫ୍ ଏବଂ ଏସ୍‌ଏସ୍‌ବି ପରି ସୀମା ସୁରକ୍ଷା ବାହିନୀରେ ଏଏଚ୍‌ଟିୟୁ ପାଇଁ ମଧ୍ୟ ପାଣ୍ଠି ପ୍ରଦାନ କରାଯାଇଛି । ଆଜି ପର୍ଯ୍ୟନ୍ତ ସୀମା ସୁରକ୍ଷା ବାହିନୀର ୩୦ଟି ସହିତ ୭୮୮ ଏଏଚ୍‌ଟିୟୁ କାର୍ଯ୍ୟ କରୁଛନ୍ତି । ନେପାଳ, ବାଂଲାଦେଶ ଏବଂ ମିଆଁମାର ଯେଉଁଠାରୁ ମହିଳା ଏବଂ ବାଳିକା ମାନଙ୍କୁ ଭାରତରେ ଉନ୍ନତ ଜୀବନଯାପନ, ଚାକିରି ଏବଂ ସ୍ୱଚ୍ଛନ୍ଦରେ ରହିବାର ଲୋଭ ଦେଖାଯାଇ କାରବାର କରାଯାଉଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ନାବାଳିକା , କମ୍ ବୟସର ମହିଳା, ଯେଉଁମାନଙ୍କୁ ଭାରତରେ ପହଂଚିବା ପରେ ବିକ୍ରି କରାଯାଇ ବ୍ୟବସାୟିକ ଭାବରେ ଯୌନ କାର୍ଯ୍ୟରେ ବଳପୂର୍ବକ ଭର୍ତ୍ତି କରାଯାଇଥାଏ । ଏହି ଝିଅ , ମହିଳାମାନେ ମୁମ୍ବାଇ ଦିଲ୍ଲୀ, ହାଇଦ୍ରାବାଦ ଇତ୍ୟାଦି ଭଳି ପ୍ରମୁଖ ସହର ମାନଙ୍କରେ ପହଞ୍ଚନ୍ତି, ଯେଉଁଠାରୁ ସେମାନଙ୍କୁ ମୁଖ୍ୟତଃ ଦେଶ ବାହାରକୁ ମଧ୍ୟ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆକୁ ନିଆଯାଇଥାଏ । ଏହି କାରଣରୁ ଏହିସବୁ ଦେଶ ଗୁଡିକର ସୀମାନ୍ତବର୍ତ୍ତୀ ରାଜ୍ୟଗୁଡିକ ଅଧିକ ସଜାଗ ରହିବା ଆବଶ୍ୟକ ଏବଂ ମାନବ ଚାଲାଣ କାରବାରର ପୀଡିତ ମାନଙ୍କୁ ସୁରକ୍ଷା ଏବଂ ଥଇଥାନ ସେବା ଯୋଗାଇବା ପାଇଁ ପର୍ଯ୍ୟାପ୍ତ ସୁବିଧାର ଅଧିକାରୀ ହୋଇଥିବା ଆବଶ୍ୟକ ।