ପାର୍ବଣ ପାଇଁ ଦେଶବ୍ୟାପୀ ଗଡିବ ୬ହଜାର ଟ୍ରେନ
ଗତବର୍ଷ ପାର୍ବଣ ସମୟରେ ରେଳ ବିଭାଗ ପକ୍ଷରୁ ୪,୪୨୯ ସ୍ବତନ୍ତ୍ର ଟ୍ରେନ୍ ଚଳାଯାଇଥିବା ବେଳେ ଚଳିତବର୍ଷ ପାର୍ବଣ ରେ ୬ହଜାର ସ୍ଵତନ୍ତ୍ର ଟ୍ରେନ ଚଳାଇବା ପାଇଁ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି |ଏହଦ୍ଵାରା୧ କୋଟି ରୁ ଉର୍ଦ୍ଧ ଯାତ୍ରୀ ଉପକୃତ ହେବେ ବୋଲି ଏକ ଖବରଦାତା ସମ୍ମିଳନୀରେ ରେଳ ମନ୍ତ୍ରୀ କହିଛନ୍ତି। ଦଶହରା, ଦୀପାବଳି,ଗଜଲକ୍ଷ୍ମୀ ପୂଜା ଏବଂ ଛଟ୍ ପର୍ବକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁବିଧା ନିମନ୍ତେ ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।ପାର୍ବଣରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୦୮ ଟ୍ରେନ୍ରେ ଅତିରିକ୍ତ ସାଧାରଣ କୋଚ୍ ଯୋଡ଼ିବା ପାଇଁ ନିଷ୍ପତ୍ତି ହୋଇଛି।