ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
ବୋକାରୋ ଜିଲାର ଲୁଗୁ ପାହାଡ଼ ପାଦଦେଶରେ ନକ୍ସଲ, ପୋଲିସ ଏବଂ ସିଆରପିଏଫ ଟିମ୍ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି ଏନକାଉଣ୍ଟରରେ ୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ସୁରକ୍ଷା ବାହିନୀର ଏହି ଟିମ୍ କୋଇଲା କ୍ଷେତ୍ର ଡିଆଇଜି ସୁରେନ୍ଦ୍ର କୁମାର ଝା, ଏସପି ମନୋଜ ସ୍ବର୍ଗିଆରି ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ନେତୃତ୍ୱରେ ଚାଲିଛି।
ଅଧିକାରୀମାନେ କହିଛନ୍ତି ଯେ ୨୦୯ କମାଣ୍ଡୋ ବାଟାଲିୟନ ଫର୍ ରିଜୋଲ୍ୟୁଟ ଆକ୍ସନର ସୈନ୍ୟମାନେ ଏହି ଅପରେଶନ କରିଥିଲେ ଯେଉଁଥିରେ ଛଅ ଜଣ ନକ୍ସଲ ନିହତ ହୋଇଥିଲେ ଏବଂ ଦୁଇଟି INSAS ରାଇଫଲ, ଗୋଟିଏ ସେଲ୍ଫ-ଲୋଡିଂ ରାଇଫଲ ଏବଂ ଗୋଟିଏ ପିସ୍ତଲ ଜବତ କରାଯାଇଥିଲା।