‘ତାରାଗିରି’ ଭାରତୀୟ ନୌସେନାରେ ସାମିଲ
ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହୋଇଛି କ୍ଷେପଣାସ୍ତ୍ର ଯୁଦ୍ଧ ପୋତ ‘ତାରାଗିରି’ । ଏହାକୁ ନୌସେନାର ପ୍ରକଳ୍ପ ୧୭ଏ ଅଧୀନରେ ନିର୍ମାଣ କରାଯାଇଛି। ଦିବଂଗତ ବ୍ରିଟେନ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପାଇଁ ଭାରତ ରବିବାର ରାଷ୍ଟ୍ରୀୟ ଶୋକ ପାଳନ କରୁଥିବାରୁ କୌଣସି ଉତ୍ସବ ପାଳନ କରାଯାଇ ନ ଥିଲା । ନୌସେନା ପାଇଁ ଏହା ଅତ୍ୟନ୍ତ ଜରୁରି ଥିବାରୁ ଆଉ କାଳବିଳମ୍ବ ନ କରି ଯୁଦ୍ଧପୋତକୁ ସମୁଦ୍ର ଜଳରାଶିରେ ଛଡ଼ାଯାଇଥିଲା ।