ଆଜି ବସିବ ଜିଏସଟି ପରିଷଦର ୫୦ତମ ବୈଠକ
ନୂଆଦିଲ୍ଲୀ: ଆଜି ଜିଏସଟି ପରିଷଦର ୫୦ତମ ବୈଠକ କେନ୍ଦ୍ର ଅଥିମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏଥିରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମିଲ ହେବେ । ବୈଠକରେ ବିଭିନ୍ନ ଟ୍ୟାକ୍ସ ନେଇ ଆଲୋଚନା ହେବ । ଏପରିକି ଅନଲାଇନ ଗେମ ବିଷୟରେ ମଧ୍ୟ ଆଲୋଚନା ହେବ । ଏହି ବୈଠକରେ କେନ୍ଦ୍ର ପାଖରେ କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ପାଇଁ ଦାବିକୁ ପୁଣିଥରେ ଦୋହରାଇବ ଓଡ଼ିଶା । ଦୀର୍ଘ ବର୍ଷଧରି କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ହଟାଇବାକୁ କେନ୍ଦ୍ର ପାଖରେ ଦାବି କରିଆସୁଛନ୍ତି ରାଜ୍ୟ ସରକାର । ଏଥର ଏଥିରେ କିଛି କମିବା ନେଇ ଆଲୋଚନା ହୋଇପାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ବାରମ୍ବାର ଦାବି କରିବା ସହ ବିଜେଡି ସାଂସଦମାନେ ମଧ୍ୟ ସଂସଦରେ ଏହି ଦାବିକୁ ଉଠାଇଛନ୍ତି । ପଶ୍ଚିମ ଓଡିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୮ଲକ୍ଷ ଆଦିବାସୀ କେନ୍ଦୁପତ୍ର ତୋଳାଳି ତଥା ବନ୍ଧାଳୀ ନିଜର ଜୀବନ ଜୀବିକା ନିର୍ବାହ କରନ୍ତି । ପରିବାରର ପେଟ ପୋଷିବା ପାଇଁ କେନ୍ଦୁପତ୍ର ହିଁ ସେମାନଙ୍କ ମୁଖ୍ୟ ରୋଜଗାର ।