ଘର ଉପରେ ଖସିଲା ମିଗ୍-୨୧ ଲଢୁଆ ଜେଟ୍

ଜୟପୁର: ମୃତ୍ୟୁ କେତେବେଳେ ଆସିବ, କିପରି ଆସିବ, ତାହା କହିବା ଅସମ୍ଭବ ।   ରାଜସ୍ଥାନର ହନୁମାନଗଡ଼ରେ ଏପରି ଏକ ଘଟଣା ଘଟିଛି ଯାହା ଏଭଳି ସୂଚାଇଛି । ଘରେ ଭିତରେ ଥିବା ଲୋକଙ୍କ ଉପରେ ଭାରତୀୟ ବାୟୁସେନାର ଗୋଟାଏ ‘ମିଗ୍‌-୨୧’ ଲଢୁଆ ବିମାନ ଖସିପଡ଼ିବାରୁ  ୩ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଘରେ ଥିବା ଏହି ଲୋକମାନେ କେବେ ବି ଭାବିନଥିବେ ତାଙ୍କ ଉପରେ ଏପରି ଭୟଙ୍କର ଦୁର୍ଘଟଣା ଘଟିବ । କିନ୍ତୁ ତାହା ଘଟିଛି । ସୁରତରୁ ଉଡ଼ାଣ ଆରମ୍ଭ କରିଥିବା ଏହି ଲଢୁଆ ବିମାନରେ ଅଚାନକ ତୃଟି ଦେଖାଦେଇଥିଲା । ହନୁମାନଗଡ଼ର ଦବଲୀ ଅଞ୍ଚଳରେ ଏକ ଘରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଥିଲା ।  ଉଡ଼ନ୍ତା ବିମାନରୁ ଡେଇଁ ପଡ଼ିଥିବା ପାଇଲଟ୍‌ ଓ ସହକାରୀ ପାଇଲଟ୍‌ ପାରାସୁଟ୍‌ ସହାୟତାରେ ଅବତରଣ କରିଛନ୍ତି। ସେମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।