ଚତୁର୍ଥ ପର୍ଯ୍ୟାୟରେ ଭାରତ ଫେରିଲେ ୨୭୪
ନୂୂଆଦିଲ୍ଲୀ: ଯୁଦ୍ଧ ବିଭୀଷିକାରେ ଇସ୍ରାଏଲରେ ଫସି ରହିଛନ୍ତି ୧୮ ହଜାର ଭାରତୀୟ । ଭାରତୀୟଙ୍କୁ ସୁରକ୍ଷିତ ଯୁଦ୍ଧଭୁମିରୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣିବାକୁ ଚାଲିଛି ଅପରେସନ ଅଜୟ । ଏହି କ୍ରମରେ ଚତୁର୍ଥ ପର୍ଯ୍ୟାୟରେ ଫେରିଛନ୍ତି ୨୭୪ ଭାରତୀୟ । ଭାରତୀୟ ବାୟୁସେନା ଯୁଦ୍ଧକାଳୀନ ଭିତ୍ତିରେ ଯୁଦ୍ଧଭୂମିରୁ ଭାରତୀୟଙ୍କ ଉଦ୍ଧାରରେ ଲାଗି ପଡ଼ିଛି । ଚତୁର୍ଥ ପର୍ଯ୍ୟାୟ ୨୭୪ ଜଣ ଭାରତୀୟ ସ୍ବଦେଶ ଫେରିଛନ୍ତି । ସ୍ବତନ୍ତ୍ର ବିମାନ ଯୋଗେ ତେଲ ଅବିବରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଛନ୍ତି ଇସ୍ରାଏଲରେ ରହୁଥିବା ଭାରତୀୟ । ତୃତୀୟ ପର୍ଯ୍ୟାୟରେ ଫେରିଥିଲେ ୧୯୭ ଜଣ ଭାରତୀୟ ।