ଦେଶ ବିଭାଜନ ବିଭୀଷିକା ଦିବସ, ଏବେ ବି ଆଖିରେ ଆଣୁଛି ଲୁହ: ପ୍ରଧାନମନ୍ତ୍ରୀ

ଦେଶ ବିଭାଜନ ବିଭୀଷିକା ଦିବସ । ପ୍ରତି ଭାରତୀୟଙ୍କ ଆଖିରେ ଆଣୁଛି ଲୁହ । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦେଶ ବିଭାଜନ ବିଭୀଷିକା ଦିବସ ପାଳନ କରୁଛି ଦେଶ । ସ୍ବାଧୀନତା ପୂର୍ବରୁ ଭାରତ ଓ ପାକିସ୍ତାନ ଦୁଇଟି ଦେଶ ଗଠନ ହୋଇଥିଲା ।  ଅଗଷ୍ଟ ୧୫, ୧୯୪୭ରେ ଭାରତକୁ ସ୍ୱାଧୀନତା ମିଳିବା ପରେ ଭାରତ ଆଗେଇ ଚାଲିଛି ସତ । କିନ୍ତୁ ସ୍ବାଧୀନତା ବେଳର ଅନେକ ଘଟଣା ଏବେ ବି ଅନେକଙ୍କ ଆଖିରେ ଲୁହ ଆଣୁଛି ।

YouTube player

ଦେଶର ପୂର୍ବ ଏବଂ ପଶ୍ଚିମ ଭାଗରେ ଭାରତକୁ ଏକ ବଡ଼ ଅଂଶ ହରାଇବାକୁ ପଡ଼ିଥିଲା। ଏହି ବିଭାଜନ କାରଣରୁ ପରେ ଆମକୁ କାଶ୍ମୀର ଏବଂ ଅକ୍ସାଇ ଚୀନରେ ଅନେକ ଅଞ୍ଚଳ  ହରାଇବାକୁ ପଡ଼ିଲା। ଦେଶ ବିଭାଜନର ଯନ୍ତ୍ରଣାକୁ କେବେ ବି ଭୁଲିହେବ ନାହିଁ। ହିଂସା ହେତୁ  ଲକ୍ଷ ଲକ୍ଷ ଲୋକ ଜୀବନ ହରାଇଲେ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ । ତେଣୁ ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବରେ ପାଳନ କରାଯାଉଛି । ଅଗଣିତ ଲୋକଙ୍କୁ ମନେ ପକାଇବାର ଦିନଟିଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନେକ ଲୋକ ନିଜର ସବୁକିଛି ହରାଇ ମଧ୍ୟ ପୁଣି ଦେଶପାଇଁ ବଞ୍ଚିଥିଲେ, ଦେଶପାଇଁ ମହତ୍ବପୂର୍ଣ୍ଣ ଅବଦାନ ଦେଇଥିଲେ । ଆମେ ମା ଭାରତୀକୁ ଏକ ରଖିବା ପାଇଁ ଏହି ଦିନ ଆମକୁ ସଂକଳ୍ପ କରିବାର ଦିନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସମସ୍ତେ ସ୍ବାଧୀନତା ଦିବସ ପାଇଁ ଅପେକ୍ଷା କରିଛନ୍ତି । ଆସନ୍ତୁ ଜାଣିବା କଣ ଥିଲା ସେ ସମୟର ଘଟଣା  ।

ଇଂରେଜମାନଙ୍କ  ବିଭାଜନ ନୀତି ଦ୍ଵାରା ଭାରତ ଖଣ୍ଡିତ ହୋଇଥିଲା । ତେବେ ଭାରତ ବିଭାଜନ ପାଇଁ ଇଂରେଜ ସରକାର, ମହାତ୍ମା ଗାନ୍ଧୀ, ନେହରୁ, ଜିନା ଏବଂ କଂଗ୍ରେସକୁ ମଧ୍ୟ କିଛି ଲୋକ ଦାୟୀ କରନ୍ତି । ତେବେ ଭାରତରେ ବ୍ରିଟିଶମାନେ ଉଭୟ ସାମ୍ପ୍ରଦାୟିକ ସଂଘର୍ଷ ଏବଂ ମୁସଲମାନ ବିଚ୍ଛିନ୍ନତାବାଦ ରଣନୀତି ପାଇଁ ଦେଶ ବିଭାଜନ ହୋଇଥିଲା । ସେମାନଙ୍କ ଷଡ଼ଯନ୍ତ୍ରଙ୍କୁ ନେତାମାନେ ବୁଝିପାରିନଥିଲେ । ବିଶେଷ କରି ମୁସଲିମ ଲିଗ ବୁଝିପାରିନଥିଲା ।  ବ୍ରିଟିଶ ସରକାର ବଢୁଥିବା ଜାତୀୟ ଆନ୍ଦୋଳନ ଏବଂ ଭାରତୀୟ ଜନସାଧାରଣଙ୍କୁ ପ୍ରତିହତ ଏବଂ ଦୁର୍ବଳ କରିବା ପାଇଁ  ଦେଶକୁ ଭାଗ ଭାଗ କରିବାରେ ସଫଳ ହୋଇଥିଲେ ।  ୧୯୦୫ରେ ବଙ୍ଗଳା ବିଭାଜନ କରି ସେମାନେ ପ୍ରଥମେ ଲୋକଙ୍କ ମନରେ ବିଷ ବୁଣିଥିଲେ । ତେବେ ବ୍ରିଟିଶମାନେ ଜନଗଣନାରେ ମଧ୍ୟ ବିଭାଜନ ନୀତି ଅନୁସରଣ କରିଥିଲେ। ସେମାନେ ଧର୍ମ ଅନୁଯାୟୀ ଲୋକଙ୍କୁ ଶ୍ରେଣୀଭୁକ୍ତ କରିଥିଲେ ଯାହାର ଫଳ ସ୍ବରୂପ ରକ୍ତପାତ ହୋଇଥିଲା । ଏହା ବ୍ୟତୀତ କଂଗ୍ରେସ ତାର ନୀତିରେ ଅନେକ ଭୁଲ କରିଥିଲା । ଯାହା ଦୁଇଟି ଦେଶ ପାଇଁ ଚାରା ବୁଣିଥିଲା ଇଂରେଜମାନେ ମୁସଲିମ୍ ଲିଗର ନେତାମାନଙ୍କୁ ନିଶ୍ଚିତ କରିଥିଲେ ଯେ ଆପୋଷ ବୁଝାମଣା ଅସମ୍ଭବ ଏବଂ ଦେଶ ବିଭାଜନ ହେଉଛି ଏକମାତ୍ର ରାସ୍ତା।

ବିଭାଜନ ପରେ ଉଭୟ ଦେଶରେ ଦଙ୍ଗା, ସାମୂହିକ କ୍ଷୟକ୍ଷତି ଏବଂ ବିସ୍ଥାପନର ସୃଷ୍ଟି ହେଲା। ଅନେକ ମୁସଲମାନ ପାକିସ୍ଥାନକୁ ଏବଂ ହିନ୍ଦୁ ଏବଂ ଶିଖମାନେ ଭାରତକୁ ଆସିଥିଲେ। ଅତି କମରେ ୧୫ ନିୟୁତ ଲୋକ ବିସ୍ଥାପିତ ହୋଇ ପଳାୟନ କରିଥିଲେ । ପାଞ୍ଚ ଲକ୍ଷରୁ ଅଧିକ ଲୋକ ଜୀବନ ହରାଇଥିଲେ ।  ଲକ୍ଷ ଲକ୍ଷ ଲୋକ ଆଜି ବି ବିଭାଜନର କଷ୍ଟ ପାଉଛନ୍ତି । ତେବେ ଦେଶକୁ ଏକ ରଖିବା ପାଇଁ ଆଜିର ଦିନକୁ ସ୍ମରଣ କରାଯାଉଛି ।