National କେରଳ ବୋଟ୍ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨୨ On May 8, 2023 ମଲପ୍ପୁରମ୍: କେରଳ ବୋଟ୍ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ମଲପ୍ପୁରମ୍ ଡବଲ-ଡେକର୍ ହାଉସ୍ବୋଟ୍ ଓଲଟି ବୁଡ଼ିଯାଇଥିଲା ରବିବାର ସଂଧ୍ୟାରେ । ଯାତ୍ରୀମାନଙ୍କ ମଧ୍ୟରେ ୭ଜଣ ପିଲା ଥିଲେ । ତୁବାଲତିରମ୍ ବେଳାଭୂମି ନିକଟରେ ପ୍ରାୟ ୪୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ଡବଲ-ଡେକର୍ ହାଉସ୍ବୋଟ୍ ଓଲଟିପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଆଉ ୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବୋଟ୍ ତଳେ ଅନେକ ଲୋକ ଫସି ରହିଯାଇଥିବା ମନେହେଉଛି। Share