ହରିୟାଣାରେ ୫ରେ ଭୋଟଗ୍ରହଣ

ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ପାଇଁ ପ୍ରଚାର ଶେଷ ହୋଇଛି । ହରିୟାଣାରେ ଅକ୍ଟୋବର ୫ତାରିଖରେ ମତଦାନ ହେବ । ଅକ୍ଟୋବର ୫ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହରିୟାଣାର ସମସ୍ତ ୯୦ଟି ଆସନ ପାଇଁ ମତଦାନ ହେବ। ଭୋଟ ଗ୍ରହଣ ପାଇଁ ୨୦,୬୨୯ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ପ୍ରଚାରର ଶେଷ ଦିନରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ଅଶୋକ ତନୱର ଗୁରୁବାର ମହେନ୍ଦ୍ରଗଡ଼ ଜିଲ୍ଲାରେ ରାହୁଲ ଗାନ୍ଧୀଙ୍କ ରାଲିରେ ଯୋଗଦେବା ସହ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସରେ ଯୋଗ ଦେବାର କିଛି ସମୟ ପୂର୍ବରୁ ସେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ। ଅଶୋକ ତନୱର ବିଜେପି ପାଇଁ ବଡ଼ ଭୂମିକା ନିର୍ବାହ କରୁଥିଲେ, ଦଳିତ ଚେହେରା ଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ସେ ବିଜେପିକୁ ଧୋକା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ। ଏହା ବିଜେପିକୁ ବଡ଼ ଝଟକା ଦେଇଛି। ଅଶୋକ ତନୱରଙ୍କ ଗଡ଼ କୁହାଯାଉଥିବା ସିରସାରେ ବିଜେପିର ସମୀକରଣ ଖରାପ ହୋଇପାରେ।