ଦୁଇ ହାଇବ୍ରିଡ୍‌ ଆତଙ୍କବାଦୀ ଗିରଫ

ସ୍ବାଧୀନତା ଦିବସରେ ଜାମ୍ମୁ କାଶ୍ମୀର ସ୍ଥିତ ବୁଡଗାମ ଗ୍ରେନେଡ୍‌ ଆକ୍ରମଣ ଘଟଣାରେ ସଂପୃକ୍ତ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର ୨ ଜଣ ହାଇବ୍ରିଡ୍‌ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି କାଶ୍ମୀର ଜୋନ୍‌ ପୋଲିସ ।, ‘ବଡଗାମର ଗୋପାଳପୁରାରେ ହୋଇଥିବା ଗ୍ରେନେଡ୍‌ ଆକ୍ରମଣ ଘଟଣାରେ ସଂପୃକ୍ତ ଲସ୍କର ସଂଗଠନର ଦୁଇ ଆତଙ୍କବାଦୀ ସାହିଲ ଓ୍ବାନୀ ଏବଂ ଅଲତାଫ୍‌ ଫାରୁକ ଆମୀରକୁ ଗିରଫ କରାଯାଇଛି । ଏହା ସହିତ ସେମାନେ ବ୍ୟବହାର କରିଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି ।