ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲ୍ ତୁରନ୍ତ ଲାଗୁ କରିବାକୁ ରାହୁଲ ଗାନ୍ଧୀ କହିଛନ୍ତି । ତାଙ୍କ କହିବା କଥା ଆଗାମୀ ସାଧାରଣ ନିର୍ବାଚନ ପାଇଁ ଲାଗୁ ହେଉ ବିଲ । ମୋଦି ସରକାର ଯେଉଁ ନିୟମ କାନୁନ କଥା କହୁଛନ୍ତି ତାହାକୁ ନେଇ ସୀମା ପୁନଃନିର୍ଦ୍ଧାରଣ ଓ ଜନଗଣନାର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଉଭୟ ପ୍ରକ୍ରିୟା ପାଇଁ ଅନେକ ସମୟ ଲାଗିବ। ଫଳରେ ବିଲ୍ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବ। ପ୍ରଧାନମନ୍ତ୍ରୀ ମୋଦି ସୀମା ପୁନଃନିର୍ଦ୍ଧାରଣ ଓ ଜନଗଣନା ନକରି ମହିଳାଙ୍କୁ ହକ୍ ଦେବାକୁ ରାହୁଲ ଦାବି କରିଛନ୍ତି। ମହିଳା ସଂରକ୍ଷଣ ବିଲ୍ ଏବେ ଲାଗୁ କରାଯାଇପାରିବ । ହେଲେ କେନ୍ଦ୍ର ସରକାର ତାହା ଚାହୁଁନାହାନ୍ତି । ସତ ହେଉଛି, ଏହା ୧୦ବର୍ଷ ପରେ ଲାଗୁ ହେବ । ଏହା ଧ୍ୟାନ ହଟାଇବା ରଣନୀତି ବୋଲି ରାହୁଲ କହିଛନ୍ତି । ପୁଣି ଥରେ ମହିଳା ବିଲରେ ଓବିସି ସଂରକ୍ଷଣ ନେଇ କେନ୍ଦ୍ରକୁ ଘେରିଛନ୍ତି ରାହୁଲ ।
Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Prev Post
Next Post