ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲ୍ ତୁରନ୍ତ ଲାଗୁ କରିବାକୁ ରାହୁଲ ଗାନ୍ଧୀ କହିଛନ୍ତି । ତାଙ୍କ କହିବା କଥା ଆଗାମୀ ସାଧାରଣ ନିର୍ବାଚନ ପାଇଁ ଲାଗୁ ହେଉ ବିଲ । ମୋଦି ସରକାର ଯେଉଁ ନିୟମ କାନୁନ କଥା କହୁଛନ୍ତି ତାହାକୁ ନେଇ ସୀମା ପୁନଃନିର୍ଦ୍ଧାରଣ ଓ ଜନଗଣନାର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଉଭୟ ପ୍ରକ୍ରିୟା ପାଇଁ ଅନେକ ସମୟ ଲାଗିବ। ଫଳରେ ବିଲ୍ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବ। ପ୍ରଧାନମନ୍ତ୍ରୀ ମୋଦି ସୀମା ପୁନଃନିର୍ଦ୍ଧାରଣ ଓ ଜନଗଣନା ନକରି ମହିଳାଙ୍କୁ ହକ୍ ଦେବାକୁ ରାହୁଲ ଦାବି କରିଛନ୍ତି। ମହିଳା ସଂରକ୍ଷଣ ବିଲ୍ ଏବେ ଲାଗୁ କରାଯାଇପାରିବ । ହେଲେ କେନ୍ଦ୍ର ସରକାର ତାହା ଚାହୁଁନାହାନ୍ତି । ସତ ହେଉଛି, ଏହା ୧୦ବର୍ଷ ପରେ ଲାଗୁ ହେବ । ଏହା ଧ୍ୟାନ ହଟାଇବା ରଣନୀତି ବୋଲି ରାହୁଲ କହିଛନ୍ତି । ପୁଣି ଥରେ ମହିଳା ବିଲରେ ଓବିସି ସଂରକ୍ଷଣ ନେଇ କେନ୍ଦ୍ରକୁ ଘେରିଛନ୍ତି ରାହୁଲ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post