କେନ୍ଦ୍ରର ବିଫଳତାକୁ ନେଇ ଆମେରିକାରୁ ବର୍ଷିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ:  କେନ୍ଦ୍ରର ବିଫଳତାକୁ ନେଇ ଆମେରିକାରୁ ବର୍ଷିଲେ ରାହୁଲ ଗାନ୍ଧୀ । ଅନ୍ୟକୁ ଦୋଷ ଦେଇ କେନ୍ଦ୍ରର ବିଜେପି ସରକାର ଖସିଯିବାକୁ ଚେଷ୍ଟା କରନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ କେନ୍ଦ୍ର ସରକାରଙ୍କ ଅବହେଳାରୁ ଘଟିଥିବା ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବା କହିଥିଲେ । କଂଗ୍ରେସ ସରକାର ଅମଳରେ ହୋଇଥିବା ଟ୍ରେନ ଦୁର୍ଘଟଣା ପରେ ରେଳ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ହେଲେ ଏବେର ସରକାର ବାସ୍ତବିକତାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ।