ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ମୃତ
ଡେରାଡୁନ୍ : ଉତ୍ତରାଖଣ୍ଡର ଚମୋଲୀରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏଥିରେ ଗୁରୁତର ଭାବେ ଆହତ ହୋଇ ଚିିକିତ୍ସିତ ହେଉଛନ୍ତି। ଅଳକାନନ୍ଦା ନଦୀ ତଟରେ ଏହି ନମାମି ଗଙ୍ଗେ ପ୍ରକଳ୍ପ କାମ ଚାଲିଥିଲା। ନମାମି ଗଙ୍ଗେ ପ୍ରକଳ୍ପରେ କାମ କରୁଥିବା ସମୟରେ ଏହି ଅଘଟଣ ଘଟିଛି ବୋଲି ଜଣାପଡିଛି। ଟ୍ରାନ୍ସଫର୍ମର ଫାଟିଯିବାରୁ ଏହି ବଡ ଅଘଟଣ ଘଟିଛି। ଘଟଣା ନେଇ ଚମୋଲି ଏସପିଙ୍କ ପକ୍ଷରୁ ସୂଚନା ମିଳିଛି। ବିଚାର ବିଭାଗୀୟ ତଦନ୍ତ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।