ଆଗକୁ ତେଲେଙ୍ଗାନା ନିର୍ବାଚନ ଆସୁଛି । ବିଭିନ୍ନ ଦଳମାନେ ଭୋଟ ପାଇଁ ଭିନ୍ନ ଭିନ୍ନ ଘୋଷଣା କରୁଛନ୍ତି । କଂଗ୍ରେସ ପକ୍ଷରୁ ଝିଅଙ୍କ ବିବାହ ସମୟରେ ୧୦ ଗ୍ରାମର ସୁନା ଗହଣା ଦେବା ନେଇ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରାଯାଇପାରେ ବୋଲି ଚର୍ଚା ହେଉଛି । ଏହାସହ ଛାତ୍ର ଛାତ୍ରୀମାନଙ୍କୁ ମାଗଣା ଇଣ୍ଟରନେଟ ପ୍ରଦାନ କରାଯିବ । ଏଭଳି ଅନେକ ନୂଆ ଯୋଜନା ନେଇ ଇସ୍ତାହାର ପ୍ରସ୍ତୁତ ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେଲେଙ୍ଗାନା କଂଗ୍ରେସ କମିଟି ସଭାପତି ଡି.ଶ୍ରୀଧରବାବୁ ଖୁବଶୀଘ୍ର ଏହି ଇସ୍ତାହାର ଘୋଷଣା କରିପାରନ୍ତି । ତେଲେଙ୍ଗାନାରେ ବିଆରଏସ ସରକାର ଚାଲିଛି । ଚନ୍ଦ୍ରଶେଖର ରାଓଙ୍କ ସରକାର ରାଜ୍ୟରେ କଲ୍ୟାଣ ଲକ୍ଷ୍ମୀ ଏବଂ ଶାଦି ମୁବାରକ ଯୋଜନା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଝିଅଙ୍କ ବିବାହ ସମୟରେ ଏକ ଲକ୍ଷ ୧୧୬ ଟଙ୍କାର ସହାୟତା ଦିଆଯାଉଛି । ଯେଉଁ ମାନଙ୍କ ମାସିକ ଆୟ ୨ ବାର୍ଷିକ ଆୟ ୨ ଲକ୍ଷରୁ କମ ସେମାନଙ୍କୁ ଏହି ଯୋଜନା ମାଧ୍ୟମରେ ସହାୟତା ଦିଆଯାଉଛି । ତେବେ ଏହି ଯୋଜନାକୁ ମାତ ଦେବା ପାଇଁ କଂଗ୍ରେସ ପକ୍ଷରୁ ଏଭଳି ଇସ୍ତାହାର ଘୋଷଣା କରାଯିବ ବୋଲି କୁହାଯାଉଛି । ବିବାହ ସମୟରେ ଝିଅଙ୍କୁ ୧ ତୁଳା ଅଥବା ୧୦ ଗ୍ରାମର ସୁନା ଗହଣା ପ୍ରଦାନ କରାଯିବ ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ