ଆଗକୁ ତେଲେଙ୍ଗାନା ନିର୍ବାଚନ ଆସୁଛି । ବିଭିନ୍ନ ଦଳମାନେ ଭୋଟ ପାଇଁ ଭିନ୍ନ ଭିନ୍ନ ଘୋଷଣା କରୁଛନ୍ତି । କଂଗ୍ରେସ ପକ୍ଷରୁ ଝିଅଙ୍କ ବିବାହ ସମୟରେ ୧୦ ଗ୍ରାମର ସୁନା ଗହଣା ଦେବା ନେଇ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରାଯାଇପାରେ ବୋଲି ଚର୍ଚା ହେଉଛି । ଏହାସହ ଛାତ୍ର ଛାତ୍ରୀମାନଙ୍କୁ ମାଗଣା ଇଣ୍ଟରନେଟ ପ୍ରଦାନ କରାଯିବ । ଏଭଳି ଅନେକ ନୂଆ ଯୋଜନା ନେଇ ଇସ୍ତାହାର ପ୍ରସ୍ତୁତ ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେଲେଙ୍ଗାନା କଂଗ୍ରେସ କମିଟି ସଭାପତି ଡି.ଶ୍ରୀଧରବାବୁ ଖୁବଶୀଘ୍ର ଏହି ଇସ୍ତାହାର ଘୋଷଣା କରିପାରନ୍ତି । ତେଲେଙ୍ଗାନାରେ ବିଆରଏସ ସରକାର ଚାଲିଛି । ଚନ୍ଦ୍ରଶେଖର ରାଓଙ୍କ ସରକାର ରାଜ୍ୟରେ କଲ୍ୟାଣ ଲକ୍ଷ୍ମୀ ଏବଂ ଶାଦି ମୁବାରକ ଯୋଜନା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଝିଅଙ୍କ ବିବାହ ସମୟରେ ଏକ ଲକ୍ଷ ୧୧୬ ଟଙ୍କାର ସହାୟତା ଦିଆଯାଉଛି । ଯେଉଁ ମାନଙ୍କ ମାସିକ ଆୟ ୨ ବାର୍ଷିକ ଆୟ ୨ ଲକ୍ଷରୁ କମ ସେମାନଙ୍କୁ ଏହି ଯୋଜନା ମାଧ୍ୟମରେ ସହାୟତା ଦିଆଯାଉଛି । ତେବେ ଏହି ଯୋଜନାକୁ ମାତ ଦେବା ପାଇଁ କଂଗ୍ରେସ ପକ୍ଷରୁ ଏଭଳି ଇସ୍ତାହାର ଘୋଷଣା କରାଯିବ ବୋଲି କୁହାଯାଉଛି । ବିବାହ ସମୟରେ ଝିଅଙ୍କୁ ୧ ତୁଳା ଅଥବା ୧୦ ଗ୍ରାମର ସୁନା ଗହଣା ପ୍ରଦାନ କରାଯିବ ।
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି