ସବୁଠାରୁ ବଡ ବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ , ଚାଲିଗଲା ୧୦ ଜୀବନ
ଛତିଶଗଡ ବେସେତରା ଜିଲ୍ଲାରେ ଶନିବାର ଦିନ ଭୟଙ୍କର ବିସ୍ଫୋରଣ ହୋଇଛି । ଏଠାରେ ବେରଲା ଠାରେ ଥିବା ବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଉଛି । ଏହାସହ ଅନେକ ଲୋକ ଏବେ ମଧ୍ୟ କୋଠାତଳେ ଚାପି ହୋଇ ରହିଥିବା କୁହାଯାଉଛି ।