୧୮ଟି ଓଟିଟି ପ୍ଲାଟ୍‌ଫର୍ମ, ୧୯ଟି ୱେବ୍‌ସାଇଟ୍‌କୁ ବନ୍ଦ କଲେ ସରକାର

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ୧୯ଟି ୱେବସାଇଟ୍, ୧୦ ଟି ଆପ୍ (ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ୭ଟି, ଆପଲ୍ ଆପ୍ ଷ୍ଟୋର୍‌ରୁ ୩ଟି) ଏବଂ ୫୭ ଟି ସୋସିଆଲ୍ ମିଡିଆ ଆକାଉଣ୍ଟକୁ ମଧ୍ୟ ବନ୍ଦ କରି ଦିଆଯାଇଛି।ସରକାର ୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ୍‌ କରିଦେଇଛନ୍ତି। ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ ହେତୁ ମୋଦି ସରକାର ଏହି ପ୍ଲାଟ୍‌ଫର୍ମଗୁଡ଼ିକୁ ବନ୍ଦ କରି ଦେଇଛନ୍ତି।

ପ୍ଲାଟଫର୍ମଗୁଡିକ “ସୃଜନଶୀଳ ଅଭିବ୍ୟକ୍ତି” ନାମରେ ଅଶ୍ଳୀଳତାକୁ ପ୍ରୋତ୍ସାହିତ ନକରିବାକୁ ଚେତାବନୀ ଦିଆଯିବା ସତ୍ତ୍ବେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା। ଫଳରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ଅନୁଯାୟୀ ଏହି ବନ୍ଦ ନିଷ୍ପତ୍ତି ନିଆଯାଇଛି।