ହାଓଡ଼ା-ମୁମ୍ବାଇ ମେଲ୍ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା । ଏକ୍ସପ୍ରେସ୍ ଟ୍ରେନର ୩ଟି କୋଚ୍ ଲାଇନଚ୍ୟୁତ୍ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅପରପକ୍ଷରେ ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।ସୂଚନାରୁ ପ୍ରକାଶ ଆଜି ଭୋର ୩ଟା ୪୫ ମିନିଟ ପାଖାପାଖି ଝାଡ଼ଖଣ୍ଡ ଚକ୍ରଧରପୁର ଡିଭିଜନର ରାଜଖରସୁଆଁରୁ ୭ କିଲୋମିଟର ଦୂରରେ ଏହି ଦୁର୍ଘଟଣା ହୋଇଥିଲା । ସେଠାରେ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା ଏକ୍ସପ୍ରେସ୍ ଟ୍ରେନ୍ । ରାଉରକେଲା, ଝାରସୁଗୁଡ଼ା, ଟାଟାନଗର ଓ ଚକ୍ରଧରପୁର ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ରାଉରକେଲା ପାଇଁ ୦୬୬୧- ୨୫୦୦୧୯୧/୨୫୦୦୧୭୧/ ୨୫୦୦୨୪୪/୨୫୦୧୦୭୨ । ଝାରସୁଗୁଡ଼ା ପାଇଁ ହେଲ୍ପଲାଇନ୍ ନମ୍ବର ହେଲା ୦୬୬୪୫-୨୭୨୫୩୦ । ଚକ୍ରଧରପୁର ହେଲ୍ପଲାଇନ୍ ନମ୍ବର ୭୨୭୭୦/୦୬୫୮୭-୨୩୮୦୭୨ । ଟାଟାନଗର ପାଇଁ ୦୬୫୭-୨୨୯୦୩୨୪ । ରେଳବାଇ ହେଲ୍ପଲାଇନ୍ ନମ୍ବର ୭୩୫୨୩ ।
Trending
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
Prev Post
Next Post