ହାଓଡ଼ା-ମୁମ୍ବାଇ ମେଲ୍ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା । ଏକ୍ସପ୍ରେସ୍ ଟ୍ରେନର ୩ଟି କୋଚ୍ ଲାଇନଚ୍ୟୁତ୍ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅପରପକ୍ଷରେ ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।ସୂଚନାରୁ ପ୍ରକାଶ ଆଜି ଭୋର ୩ଟା ୪୫ ମିନିଟ ପାଖାପାଖି ଝାଡ଼ଖଣ୍ଡ ଚକ୍ରଧରପୁର ଡିଭିଜନର ରାଜଖରସୁଆଁରୁ ୭ କିଲୋମିଟର ଦୂରରେ ଏହି ଦୁର୍ଘଟଣା ହୋଇଥିଲା । ସେଠାରେ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା ଏକ୍ସପ୍ରେସ୍ ଟ୍ରେନ୍ । ରାଉରକେଲା, ଝାରସୁଗୁଡ଼ା, ଟାଟାନଗର ଓ ଚକ୍ରଧରପୁର ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ରାଉରକେଲା ପାଇଁ ୦୬୬୧- ୨୫୦୦୧୯୧/୨୫୦୦୧୭୧/ ୨୫୦୦୨୪୪/୨୫୦୧୦୭୨ । ଝାରସୁଗୁଡ଼ା ପାଇଁ ହେଲ୍ପଲାଇନ୍ ନମ୍ବର ହେଲା ୦୬୬୪୫-୨୭୨୫୩୦ । ଚକ୍ରଧରପୁର ହେଲ୍ପଲାଇନ୍ ନମ୍ବର ୭୨୭୭୦/୦୬୫୮୭-୨୩୮୦୭୨ । ଟାଟାନଗର ପାଇଁ ୦୬୫୭-୨୨୯୦୩୨୪ । ରେଳବାଇ ହେଲ୍ପଲାଇନ୍ ନମ୍ବର ୭୩୫୨୩ ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Prev Post
Next Post