ହଠାତ୍ ବିମାନରେ ଲାଗିଲା ନିଆଁ

ଅନେକ ସମୟରେ ବିମାନରେ ମଧ୍ୟ ନିଆଁ ଲାଗିବା ଘଟଣା ଦେଖାଯାଇଛି । ଆଜି ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଆମେରିକାର ଲସ୍ ଆଞ୍ଜେଲସ୍ ବିମାନ ବନ୍ଦରରେ ଏକ ବିମାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଏୟାରପୋର୍ଟରୁ ଟେକ୍ ଅଫ୍ କରୁଥିବା ଏକ ବିମାନରେ ହଠାତ୍ ନିଆଁ ଲାଗିଯାଇଛି । ଏୟାର କାନାଡ଼ାର ବୋଇଙ୍ଗ ଫ୍ଲାଇଟରେ ଇଞ୍ଜିନରେ ସମସ୍ୟା ଯୋଗୁଁ ନିଆଁ ଧରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଏୟାର କାନାଡ଼ାର ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନ ଲସ୍ ଆଞ୍ଜେଲସରୁ ଭାଙ୍କୁବର ଅଭିମୁଖେ ଯାତ୍ରା କରୁଥିଲା । ତେବେ ଟେକ୍ ଅଫ୍ କିଛି ସମୟ ପରେ ଇଞ୍ଜିନରେ ସମସ୍ୟା ଦେଖାଯାଇଛି । ବିମାନ ଇଞ୍ଜିନରେ ଅଗ୍ନିକାଣ୍ଡ ଘଟଣାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ତେବେ ଅଗ୍ନିକାଣ୍ଡର କିଛି ସମୟ ପରେ ତୁରନ୍ତ ବିମାନକୁ ଫେରାଇ ନେଇ ଲସ୍ ଆଞ୍ଜେଲସ୍ ଏୟାରପୋର୍ଟକୁ ଫେରିଯାଇଛି । ଏହାସହିତ ଲସ୍ ଆଞ୍ଜେଲସ୍ ଏୟାରପୋର୍ଟରେ ସୁରକ୍ଷିତ ଭାବରେ ଲାଣ୍ଡିଙ୍ଗ କରିଛି ଏହି ବିମାନ । ଏହି ବିମାନରେ ୩୮୯ ଜଣ ଯାତ୍ରୀ ରହିଥିବା ବେଳେ ୧୩ ଜଣ କ୍ରୁ ମେମ୍ବର ଯାତ୍ରା କରୁଥିଲେ । ତେବେ ସମସ୍ତ ଯାତ୍ରୀ ଏବଂ ଚାଳକ ଦଳର ସଦସ୍ୟ ସୁରକ୍ଷିତ ଭାବରେ ବିମାନ ବନ୍ଦରରେ ସୁରକ୍ଷିତ ରହିଛନ୍ତି । ବିମାନ ଲାଣ୍ଡିଂ କରିବା ପରେ ଏହି ନିଆଁକୁ ଆୟତ୍ତ କରାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ି ନଥିବା ବେଳେ ଏକ ସ୍ୱତନ୍ତ୍ର ଟିମ୍ ଏହାର ଯାଞ୍ଚ ଚଳାଇଛି ।