ସ୍ୱାତୀ ମାଲିୱାଲ କେସ୍ ; ବିଭବ କୁମାରଙ୍କୁ ୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ
ସ୍ୱାତୀ ମାଲିୱାଲ କେସରେ ବିଭବ କୁମାରଙ୍କୁ ୪ ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇଲେ କୋର୍ଟ । ତୀସ ହଜାରୀ କୋର୍ଟଙ୍କ ଆଦେଶ ଅନୁସାରେ, ଆସନ୍ତା ମେ ୨୮ ତାରିଖ ପର୍ଯ୍ୟନ୍ତ ବିଭବ କୁମାର ନ୍ୟାୟିକ ହେପାଜତରେ ରହିବେ । ତେବେ ଆଜି ଅର୍ଥାତ ଶୁକ୍ରବାର ବିଭବ କୁମାରଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ପୋଲିସ ତାଙ୍କୁ ୪ ଦିନ ପାଇଁ ହେପାଜତରେ ନେବାକୁ ଆବେଦନ କରିଥିଲା । ଆଉ କୋର୍ଟ ମଧ୍ୟ ପୋଲିସର ଆବେଦନକୁ ସ୍ୱୀକାର କରିଥିଲେ ।ଦିଲ୍ଲୀ ପୋଲିସ ସୂଚନା ଦେଇ କହିଛି, ସେମାନେ କୋର୍ଟଙ୍କ ନିର୍ଦ୍ଦେଶରେ ବିଭବ କୁମାରଙ୍କ ପରିବାର ସଦସ୍ୟ ଏବଂ ଓକିଲଙ୍କୁ ତାଙ୍କ ସହ ଭେଟିବାକୁ ଅନୁମତି ଦେଇଥିଲୁ । ଅନ୍ୟପଟେ ବିଭବଙ୍କ ଓକଲି କହିଛନ୍ତି ଯେ, ନ୍ୟାୟିକ ହେପାଜତ କିମ୍ବା ପୋଲିସ୍ ହେପାଜତ ଦୁଇଟି ଯାକରେ ଅଭିଯୁକ୍ତଙ୍କ ସ୍ୱତନ୍ତ୍ରତା ପ୍ରଭାବିତ ହେଇଥାଏ । ତେବେ ନ୍ୟାୟିକ ହେପାଜତ ୧୪ ଦିନ ପାଇଁ ହେବା କଥା, ହେଲେ ପୋଲିସ କିନ୍ତୁ ୪ ଦିନ ପାଇଁ ନ୍ୟାୟିକ ହେପାଜତ ମାଗିଥିଲା ।