ସୂର୍ଯ୍ୟ ମିଶନର ଫଟୋ ଜାରି କଲା ଇସ୍ରୋ,ସବୁଠି ଉତ୍ସାହ

ଶ୍ରୀହରିକୋଟା: ସୂର୍ଯ୍ୟ ମିଶନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଟ୍ବିଟର ପେଜରେ ଇସ୍ରୋ ପୋଷ୍ଟ କରିଛି ଏହାର ପ୍ରଥ ଫଟୋ । ଆସନ୍ତା ୨ ତାରିଖରେ ଲଞ୍ଚିଂ ଥିବା ବେଳେ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଦିନ ୧୧ଟା ୫୦ରେ ସ୍ପେସକ୍ରାଫ୍ଟ ଉତକ୍ଷେପଣ କରାଯିବ । ଧାର୍ଯ୍ୟ ହୋଇଥିବା ସ୍ଥାନରେ ପହଞ୍ଚିବା ପାଇଁ ଆଦିତ୍ୟ ଏଲ୧କୁ ପାଖାପାଖି ୧୨୭ ଦିନ ସମୟ ଲାଗିବ । ଯାହା ପୃଥିବୀରୁ ୧୫ ଲକ୍ଷ କିଲୋମିଟର ଦୂରତା । ଆଦିତ୍ୟ ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ସୋଲାର ସିଷ୍ଟମ ଉପରେ ମଧ୍ୟ ଗବେଷଣା କରିବ । ପୃଥିବୀର ଜୀବନ ଧାରଣ କ୍ଷମତା ପଛରେ ସୂର୍ଯ୍ୟର ଅବଦାନ ଉପରେ ଆହୁରି ଅଧିକ ଗବେଷଣା କରାଯିବ ।