ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ମହିଳାଙ୍କ ସମେତ ୪ ମାଓବାଦୀ ମୃତ
ଛତିଶଗଡ଼- ମହାରାଷ୍ଟ୍ର ସୀମାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଗଢଚିରୋଲି-ନାରାୟଣପୁର ସୀମାବର୍ତ୍ତୀ ଜଂଗଲରେ ଗୁଳିବିନିମୟ ହୋଇଥିବା ଜଣାଯାଇଛି। ଯବାନଙ୍କ ଗୁଳିରେ ୪ ମାଓବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ମହିଳା ଥିବା କୁହାଯାଉଛି। ମହାରାଷ୍ଟ୍ରର ସି-୬୦ ଓ ସିଆରପିଏଫ୍ ଯବାନଙ୍କ ମିଳିତ ଅପରେସନରେ ଏଭଳି ସଫଳତା ମିଳିଛି। ଘଟଣା ସ୍ଥଳରୁ ଗୋଟିଏ ଏସଏଲଆର, ୨ଟି ଇନସାସ୍ ଓ ଗୋଟିଏ ୩୦୩ ବନ୍ଧୁକ ଜବତ କରାଯାଇଛି।