ଆଜି ଦେଶ ପାଳୁଛି ବିଜୟ ଦିବସ । ଭାରତ ଆଜି ୫୨ ତମ ‘ବିଜୟ ଦିବସ’ ପାଳନ କରୁଛି । ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦେଶବ୍ୟାପୀ ଭାରତୀୟ ସେନା ପାଳୁଛି ବିଜୟ ଦିବସ । ସହିଦଙ୍କୁ ଝୁରୁଛି ସାରା ଦେଶ । ୧୯୭୧ ଯୁଦ୍ଧରେ ଆଜିର ଦିନରେ ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲା ଭାରତୀୟ ସେନା। ୧୯୭୧ ଡିସେମ୍ବର ୩ରେ ଭାରତର ୧୧ଟି ଏୟାରଫୋର୍ସ ଷ୍ଟେସନରେ ଏରିଅଲ ଷ୍ଟ୍ରାଇକ କରିଥିଲା ପାକିସ୍ତାନ। ପୂର୍ବ ପାକିସ୍ତାନରେ ଚାଲିଥିବା ମୁକ୍ତିଯୁଦ୍ଧରେ ସେହିଦିନ ଭାରତ ଏଣ୍ଟ୍ରି ମାରିଥିଲା। ଯୁଦ୍ଧ ୧୩ ଦିନ ଚାଲିଲା। ୯୦ ହଜାର ପାକିସ୍ତାନୀ ସୈନ୍ୟଙ୍କ ଆତ୍ମସମର୍ପଣ ସହ ଯୁଦ୍ଧ ଶେଷ ହୋଇଥିଲା। ବିଭାଜିତ ହୋଇଥିଲା ପାକିସ୍ତାନ। ସୃଷ୍ଟି ହୋଇଥିଲା ନୂଆଦେଶ ବାଂଲାଦେଶ।
Trending
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
- ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ
- ଗଣତନ୍ତ୍ରରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଚାର ମନ୍ଥନ ହେଉଛି ସର୍ବୋତ୍ତମ ଉପାୟ
- ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଇଛି,୮ଟି ଫାଟକ ବନ୍ୟାଜଳ ନିଷ୍କାସନ
- ଯୌତୁକ ପାଇଁ ନିକ୍କିଙ୍କୁ ଜାଳିଥିଲା, ଏବେ ପୁଲିସ କଲା ଏନକାଉଣ୍ଟର
- ସମ୍ବଲପୁରରେ ହେବ ଓୟୁଏଟିର କ୍ୟାମ୍ପସ
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
Prev Post
Next Post