ଆକାଶ ଓ୍ବିପନ ସିଷ୍ଟମର ସଫଳ ପରୀକ୍ଷଣ କରାଯାଇଛି । ଏହି ୱିପନ ସିଷ୍ଟମ ଗୋଟିଏ ଥରରେ ୪ଟି ଲକ୍ଷ୍ୟଭେଦ କରିଛି । ଏପରି ପ୍ରତିରକ୍ଷା କ୍ଷମତା ହାସଲ କରିବାରେ ଭାରତ ବିଶ୍ୱରେ ପ୍ରଥମ ଦେଶ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ପରୀକ୍ଷଣ ବେଳେ ଗୋଟିଏ ଦିଗରୁ ୪ଟି ଟାର୍ଗେଟ୍ କ୍ଲୋଜ ଫର୍ମେସନରେ ଆସିଥିଲେ, ପରେ ଅଲଗା ହୋଇ ଟାର୍ଗେଟକୁ ଆକ୍ରମଣ କରିଥିଲେ । ଏହି ସମୟରେ ଆକାଶ ୱିପନ ସିଷ୍ଟମକୁ ଫାୟାରିଂ କରାଯାଇଥିଲା । ଏଥିରେ ୫ଟି ମିସାଇଲ ଲାଗିଥିଲା । ନିର୍ଦ୍ଦେଶ ପାଇବା ମାତ୍ରକେ ଦୁଇଟି ଲଞ୍ଚରରୁ ଦୁଇଟି ଆକାଶ କ୍ଷେପଣାସ୍ତ୍ର ଉତକ୍ଷେପଣ ହୋଇଥିଲା ।ଏହା ପରେ ଲଞ୍ଚରରୁ ଆଉ ୨ଟି କ୍ଷେପଣାସ୍ତ୍ର ଲଞ୍ଚ ହୋଇଥିଲା । ୪ଟି କ୍ଷେପଣାସ୍ତ୍ର ୩୦ କିଲୋମିଟର ରେଞ୍ଜରେ ୪ଟି ଲକ୍ଷକୁ ନଷ୍ଟ କରିଥିଲେ । ଆକାଶ ପ୍ରତିରକ୍ଷା ପ୍ରଣାଳୀ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ହୋଇଛି । ଏହାକୁ ଡିଆରଡିଓ ବିକଶିତ କରିଛି । ଗତ ଦଶନ୍ଧୀରେ ଏହା ଆର୍ମି ଓ ବାୟୁସେନାରେ ମୁତୟନ ହୋଇଛି । ଡିଆରଡିଓ ଏହାକୁ ନିରନ୍ତର ଅପଗ୍ରେଡ କରିବା ସହ ଆଧୁନିକ କରୁଛନ୍ତି ।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post