ସମୁଦ୍ରରେ ବୁଡ଼ି ଦ୍ୱାରକା ନଗରୀର ଦର୍ଶନ କଲେ ମୋଦୀ

ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ସକାଳେ ପ୍ରଧାନମନ୍ତ୍ରୀ କୁଚ ଉପସାଗରରେ ଭାରତର ଦୀର୍ଘତମ କେବୁଲ ସେତୁ ସୁଦର୍ଶନ ସେତୁର ଉଦଘାଟନ କରିବା ପରେ ଦ୍ବାରକା ଯାଇ ସେଠାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଛନ୍ତି । ସମୁଦ୍ର ଭିତରକୁ ଯାଇ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରି ନଜର ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ।ସମୁଦ୍ରରେ ବୁଡ଼ି ଯାଇଥିବା ପ୍ରାଚୀନ ଦ୍ୱାରକା ସହରକୁ ପାଣିରେ ବୁଡି ପରିଦର୍ଶନ କରିଛନ୍ତି ମୋଦୀ। ସମୁଦ୍ର ଭିତରକୁ ଯାଇ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିବା ପରେ ନିଜର ଅନୁଭୂତିକୁ ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି । ମୋଦୀ ଲେଖିଛନ୍ତି, ପାଣିରେ ବୁଡି ରହିଥିବା ଦ୍ୱାରକା ସହରରେ ପ୍ରାର୍ଥନା କରିବା ଅତ୍ୟନ୍ତ ସୁନ୍ଦର ଅନୁଭୂତି ଥିଲା । ମୁଁ ଆଧ୍ୟାତ୍ମିକ ମହାନତା ଏବଂ କାଳଜୟୀ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ନିଜକୁ ସାମିଲ କରିଥିବା ଅନୁମାନ କଲି । ଭଗବାନ୍ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ପିଏମ ମୋଦୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ।ଦ୍ବାରକା ଦର୍ଶନ କରିବାକୁ ଯିବା ପାଇଁ ପାଣିରେ ବୁଡ଼ିବା ସମୟରେ ଏକ ଅପୂର୍ବ ଅନୁଭୂତି ମିଳିଲା। ଆଧ୍ୟାତ୍ମିକ ମହାନତା ଏବଂ କାଳଜୟୀ ଭକ୍ତିର ଗୌରବମୟ ଅତୀତକୁ ଅନୁଭବ କରିବା ସହ ଭଗବାନ୍ ଶ୍ରୀକୃଷ୍ଣଙ୍କ ନଗରର ଦର୍ଶନ ବେଶ ଅତ୍ୟନ୍ତ ସୁନ୍ଦର ଅନୁଭୂତି ଥିଲା। ବିଶ୍ୱାସର ଚିହ୍ନ ଭାବରେ ପ୍ରଧାନମନ୍ତ୍ରୀ ଦ୍ୱାରକା ସହରକୁ ମୟୂର ପକ୍ଷ ମଧ୍ୟ ପ୍ରଦାନ କରିଥିଲେ।

ପରେ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱାରକାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି କହିଥିଲେ ଯେ ‘ଆଜି ମୁଁ ଯାହା ଅନୁଭବ କରିଛି ତାହା ସର୍ବଦା ମୋ ପାଖରେ ରହିବ। ମୁଁ ସମୁଦ୍ର ଭିତରକୁ ଗଲି ଏବଂ ଦ୍ୱାରକା ପ୍ରାଚୀନ ସହରକୁ ଦେଖିଲି | ପ୍ରତ୍ନତତ୍ତ୍ୱବିତ୍ମାନେ ଦ୍ୱାରକା ବିଷୟରେ ବହୁତ ଲେଖିଛନ୍ତି । ଆମର ଧାର୍ମିକ ଗ୍ରନ୍ଥରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଦ୍ୱାରକାର ଉଚ୍ଚ ଅଟ୍ଟାଳିକା ଏବଂ ସୁନ୍ଦର ଦ୍ୱାର ଥିଲା। ମୁଁ ସମୁଦ୍ର ଭିତରେ ଏହା ସବୁ ଦେଖିବା ସହ ଦ୍ୱାରକାଧୀଶଙ୍କ ଆଗରେ ମୁଣ୍ଡ ନୁଆଁଇଲି। ମୁଁ ମଧ୍ୟ ମୟୂର ପକ୍ଷ ନେଇ ଭଗବାନ କୃଷ୍ଣଙ୍କ ପାଦରେ ଅର୍ପଣ କଲି। ମୁଁ ସବୁବେଳେ ସେଠାକୁ ଯାଇ ଦ୍ୱାରକା ସହରର ଅବଶିଷ୍ଟାଂଶକୁ ଛୁଇଁବାକୁ ଚାହୁଁଥିଲି, ଆଜି ମୁଁ ଅତ୍ୟନ୍ତ ଭାବପ୍ରବଣ କାରଣ ମୋର ଦଶନ୍ଧି ପୁରୁଣା ସ୍ୱପ୍ନ ପୂରଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।