ଶରଦ ପାଓ୍ବାରଙ୍କୁ ହଟାଇ ଏନସିପି ଗାଦିରେ ବସିଲେ ପୁତୁରା ଅଜିତ ପାଓ୍ବାର
ମୁମ୍ବାଇ: ମହାରାଷ୍ଟ୍ର ଏନସିପିରେ ନିଜକୁ ଦଳର ଅଧ୍ୟକ୍ଷ ଘୋଷଣା କଲେ ଅଜିତ ପାଓ୍ବାର । କାର୍ଯ୍ୟକାରୀଣି ବୈଠକରେ ସେ କହିଛନ୍ତି ଶରଦ ପାଓ୍ବାରଙ୍କ ବୟସ ହେଲାଣି, ରାଜନୀତି ନକରି ଆଶିର୍ବାଦ ଦିଅନ୍ତୁ ବୋଲି ଅଜିତ ପାଓ୍ବାର କହିଛନ୍ତି । ଆଜି ହୋଇଥିବା ବୈଠକରେ ୧୫ ଜଣ ବିଧାୟକ ଶରଦଙ୍କ ସହ ଥିବା ବେଳେ ୩୦ ଜଣ ବିଧାୟକ ଅଜିତଙ୍କ ସହ ଥିଲେ । ଅଜିତ କହିଛନ୍ତି ଦାଦାଙ୍କୁ ୮୩ ବର୍ଷ ହେଲାଣି କେବେ ଅବସର ନେବେ ବୋଲି ପ୍ରଶ୍ନ କରିଛନ୍ତି । ନିଜ ରାଜନୈତିକ କ୍ୟାରିୟରରୁ ଅବସର ନେବାକୁ ଘୋଷଣା କରିଥିଲେ ବି କାହିଁକି ୟୁଟର୍ଣ୍ଣ ନେଲେ ବୋଲି ଅଜିତ ପ୍ରଶ୍ନ କରିଛନ୍ତି । ଅଜିତ ତାଙ୍କ ସମର୍ଥକଙ୍କ ବିଧାୟକଙ୍କୁ ନିଜ ନିର୍ବାଚନୀ କ୍ଷେତ୍ରର ବିକାଶକୁ ଫୋକସ କରିବାକୁ ପରାମର୍ଶ ଦେଇଛନ୍ତି । ୨୦୨୪ ପାଇଁ ତାଙ୍କୁ ପ୍ରସ୍ତୁତ ରହିବାକୁ ପଡିବ । ସରକାରୀ ଅନୁଦାନ ପାଇଁ ଅଟକିଥିବା କାମକୁ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ କଥାହେବେ ବୋଲି ଅଜିତ କହିଛନ୍ତି । ସେପଟେ ଶରଦଙ୍କ ବୈଠକରେ ଯୋଗଦେଇଥିବା ବିଧାୟକ ମାନେ ମଧ୍ୟ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ଅଜିତ ପାଓ୍ବାର । ନିର୍ବାଚନ ଆୟୋଗକୁ ଚିଠି ଲେଖି ଦଳର ନାଁ ଓ ଚିହ୍ନ ଉପରେ ଅଧିକାର ବୋଲି କହି ଆବେଦନ କରିଛନ୍ତି ଅଜିତ ପାଓ୍ବାର । ସେହିଁ ଅସଲ ଏନସିପି ନେତା । ତାଙ୍କ ସମର୍ଥନରେ ଅଧାରୁ ଅଧିକ ବିଧାୟକ ।